ଯନ୍ତ୍ରଣା
ଯନ୍ତ୍ରଣା
ଯନ୍ତ୍ରଣା, ଯନ୍ତ୍ରଣା !
କେତେ ଭୟଙ୍କର ସତେ
ଏ ଶବ୍ଦ, ଯନ୍ତ୍ରଣାର ଧ୍ୱନିିରେ
ଛାତିରେ ସୃଷ୍ଟି ହେଉଛି କମ୍ପନ ।
ତା'ରିି ତାଡନାର ବହାବହତାରେ
ସହସା ଖେଳିଯାଉଛି,
ଏକ ମହାଆତଙ୍କ, ତିିବ୍ରତର ହେଉଛି
ଛାତିର ହୃତସ୍ପନ୍ଦନ !
ଏ ଯନ୍ତ୍ରଣାର ଉପସ୍ଥିତି
ଆବଶ୍ୟକ ବା କାହିଁଁକି ?
ଯନ୍ତ୍ରଣାର ସିଂହନାଦ ରଡିରେ,
ସମସ୍ତେ ଆଜି ଆତଙ୍କିତ, ସ୍ତବ୍ଧ !
ତା'ର ଆତଙ୍କରାଜରେ ସୁଖ,
ଶାାନ୍ତି, ଆନନ୍ଦ, ମଉଜ ମଉଜଳିସ
ସମସ୍ତେ ନିରବିି ଯାଇଛନ୍ତି ।
ଚାରିିଆଡେ ଶୁଭୁଛି ଯନ୍ତ୍ରଣାର ଆର୍ତ୍ତ ଚିତ୍କାର,
ଏହାର ତାଣ୍ଡବଲୀଳା କେବେ ଯେ
ସରିବ, ତାହା ପ୍ରଶ୍ନବାଚି
ହୋଇ ଛିିଡା ହେଇଛିି !
ଏହାର ଆଗମନର ଟପ ଟପ ଶବ୍ଦ
ଶୁଣି ଭୟରେ ଥରି ଉଠୁଛି
ଛାତି,ଶରୀରରେ ଖେଳିଯାଉଛି
ଶିିିହରଣ ! ମନରୁୁ ଉଭାନ
ହେଇଯାଉଛି ଦମ୍ଭ ଓ ସାହସ ।
ଓଃ କିି ଯନ୍ତ୍ରଣା ! ତୁମେ ଚାଲିଯାଅ
ତୁୁମେ ବହୁ ଦୂୂୂରକୁୁ ଚାଲିଯାଅ ।
ତୁୁମେ ଆଉ ଆସିିିବନି ।
