ପୁସ୍ତକର ଆତ୍ମନେପଦୀ
ପୁସ୍ତକର ଆତ୍ମନେପଦୀ
ହେଇଟି,ସମସ୍ତେ ମତେ ଅନାଅ,
ଦେଖିନିଅ ମୋ ଶରୀରର ଅବୟବକୁ ।
ମୋର ସାରା ଶରୀରଟା ଜ୍ଞାନରେ ପରିପୂର୍ଣ୍ଣ ।
ଅସୀମ ଜ୍ଞାନର ଭଣ୍ଡାର ମୁଁ,
ମୁଁ ଘରକୋଣରେ ସାଇତି ରଖିବାର
ସୌଖୀନ ଦ୍ରବ୍ୟ ନୁୁହେଁ !
ମତେ ବାରମ୍ବାର ଅଧ୍ୟୟନ କର,
ଜ୍ଞାନ ଆହରଣ କର ।
ମୋ ଠାରୁ ପ୍ରାପ୍ତ କର ଦିବ୍ୟଜ୍ଞାନ ।
ଜ୍ଞାନ ତତ୍ତ୍ଵର ସାର କଥା ପହଞ୍ଚାଇ ଦିିିଅ
ବିଶ୍ୱ ଦରବାରରେ ।
ହେଲେ ମୂର୍ଖ ମାନବ ! ତୁମେ
କାହିଁକି ଭ୍ରୁକୁଞ୍ଚିତ ?
କ'ଣ ପାଇଁ ତୁମେ ମୋ ଠାରୁ ଦୃୃଷ୍ଟି
ଫେରାଇନେଉଛ ?
ମୋ ପ୍ରତି ଥିବା ମାୟା ମମତା
ତୁଟାଇ ଦେଇ ତୁମେ ଆଜି ଅଜ୍ଞାନ,
ଅବାଞ୍ଛିତ,ଅବିବେକୀ,ଅସଂସ୍କାରିିତ
ମତେ ଅଣଦେଖା କରି ତୁମେ
ସମସ୍ତେ କୁୁୁପଥଗାମୀ, ଅନ୍ଧଗଳିିର
ବାଟୋଇ !
ଶୁଣି ରଖ ମୋର ସନ୍ଦେଶବାଣୀ;
ସମୟ ଏବେ ବି ଅଛି, ସୁଧୁରିଯାଅ ।
ଆପଣେଇ ନିଅ ମତେ, କୋଳେଇ ନିିିଅ,
ଆଦର ଯତ୍ନ କର ମୋର ।
ପାନ କର ମୋ ଠାରୁୁ ଶାଶ୍ୱତ ଜ୍ଞାାନ ରସ।
ସର୍ବମଙ୍ଗଳ ହେବ ତୁମର ।
ଅନ୍ୟଥା ତୁୁୁମର ସର୍ବନାଶ ଅବଶ୍ୟମ୍ଭାବୀ !
