ସମୟ
ସମୟ
କେତେ ବଳବାନ ସତେ ସେ !
ସମସ୍ତେ ତା'ରି ଅଧିନସ୍ଥ ।
ବନ୍ଧୁ ପରିଜନ କାହାକୁ ସେ ଦେଖେ ନାହିଁ,
ନା କାହାକୁ ସେ ଅପେକ୍ଷା କରେ ନା
ନା କେବେ ଚାହେଁଁ ପଛକୁ ।
ନିରନ୍ତର ଖାଲି ବହିିଚାଲେ ।
କାହାର ଆନୁନୟ ବିନୟ ପ୍ରାର୍ଥନାରେ,
ସେ ସମାନ୍ୟ ନରମତା ମଧ୍ୟ
ପ୍ରଦର୍ଶନ କରେନି ।
ବିଚଳିତ ହୁଏ ନାହିଁ କାହାର,
ନିନ୍ଦା ପ୍ରଶଂସାରେ ।
କିଏ ତାକୁ କହେ ନିଷ୍ଠୁର,ପ୍ରବଞ୍ଚକ
ପୁଣି କେହି ତାକୁ ଅମୂଲ୍ୟ କହି
ପ୍ରଶଂସାରେ ପୋତି ପକାଏ ।
କାହା ପାଇଁ ସେ ସୌଭାଗ୍ୟ ସାଜେ
ତ କାହା ପାଇଁ ପୁଣି ଯମଦଣ୍ଡ
ସାଜି ଦଣ୍ଡାୟମାନ ହୋଇଯାଏ
ତା'ର ସମ୍ମୁଖରେ କେବେକେବେ
ସେ କାଳରାତ୍ରୀ ସାଜି ତାକୁ
ଖିନଭିନ କରିପକାଏ !
କେବେ ମଧ୍ୟ କାହାର ଧ୍ୱନି ପ୍ରତିିଧ୍ୱନିକୁ ସେ
କର୍ଣ୍ଣ ପାତ କରେ ନାହିଁ ।
ତା'ରି ଡୋରିରେ ସମସ୍ତେ ବନ୍ଧା
ପଡନ୍ତି, ସତେ ଯେପରି ତାହାରି
ଚକ୍ରରେ ଘୂର୍ଣ୍ଣାୟମାନ ।
ଯିଏ ତାକୁ ସମ୍ମମା କଲା,
ସିଏ ହେଇଗଲା ଯଶସ୍ଵୀ,
ଯିଏ ବେଖାତିର କଲା ସେ
ନର୍କ ଯନ୍ତ୍ରଣାର ଅଡୁଆ ସୁତାରେ
ଘାଣ୍ଟି ହେଲା ।
ତା'ର ସାମାନ୍ୟତମ ଦୁରୁପୋଯୋଗ
ମଧ୍ୟ ସବୁ କିଛି କୁ କରି ଦେଇପାରେ
ଗୋଳମାଳ। କରିଦେଇପାରେ
ଓଲଟପାଲଟ !
ତା'ର ଟିକ ଟିକ ଶବ୍ଦରେ
ଭରି ରହିଥାଏ ସତର୍କତା !