STORYMIRROR

ratnakar singha

Inspirational

3  

ratnakar singha

Inspirational

ବୁଝୁନାହିଁ ମନ

ବୁଝୁନାହିଁ ମନ

1 min
398


ବୁଝୁନାହିଁ ମନ

    ମୁଁ ବୁଢ଼ା ହୋଇଛି

ଉତ୍ତାଳ ତରଙ୍ଗ ଉଠେ

  ମୋ ମନରେ

ସେ କାହିଁ ଅବା ଥମିଯାଉଛି ।


ଚୁଳ ପାଚିଛି ଅବଶ୍ୟ

ରଙ୍ଗ କରି ଦେଉଛି

ତ୍ୱଚା ଚିକ୍କଣ ପାଇଁ ହାର୍ବା ନିଉଟ୍ରସନ

ସଦା ସେବନ କରୁଛି

ବାବନ ବୟସରେ ବି

ବାଇଶି ବର୍ଷୀୟ ଜୋସ

ଅନୁଭବ ହେଉଛି 

ଅବଶ୍ୟ ମୁଣ୍ଡରେ ଚୁଳ

ଟିକେ ପାତଳ ହୋଇଛି।


ଖେଳସାଥୀ ହେଉ

ଅବା ପଢ଼ାସାଥୀ

କର୍ମୀସାଥୀ ଅବା

ଜୀବନସାଥୀ

ଏପର୍ଯ୍ୟନ୍ତ ସୁସମ୍ପର୍କ

ପୂର୍ବପରି ଅତୁଟ ରହିଛି।


ସୁଖଦୁଃଖ ଜୀବନ ତାଳରେ

ଜୀବନକୁ ମୁଁ 

ଉପଭୋଗ କରୁଛି

ଜୀବନର ସୁଖଦ ସାହିତ୍ୟକୁ

ମୁଖସ୍ଥ କରିବାକୁ

ଶତ ପ୍ରୟାସ କରୁଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational