STORYMIRROR

Pratima Satpathy

Inspirational Others

4  

Pratima Satpathy

Inspirational Others

ପରମେଶ୍ୱର ଙ୍କୁ ପ୍ରଶ୍ନ

ପରମେଶ୍ୱର ଙ୍କୁ ପ୍ରଶ୍ନ

1 min
391


ହେ ପରମେଶ୍ବର ଦେଵ ମୋ 

          ପ୍ରଶ୍ନ ଉତ୍ତର

ଦୁଃଖ ବେଦନାରେ ମୋର

            ପରାଣ ଅସ୍ଥିର

ନଶ୍ୱର ଏ ନରଦେହ ଜାଣିଣ 

            ମାନବ

କାହିଁପାଇଁ ତାହାର ଯେ

           ବଢୁଅଛି ଲୋଭ

କାମ, କ୍ରୋଧ, ଲୋଭ, ମୋହ

            ମାୟାକୁ ଧରିଣ

ମୋର ମୋର କହି ସବୁ

          ଭୋଗୁଛି କଷଣ

ଯେତେ ଥିଲେ ଧନୀ ମାନି

       ଜ୍ଞାନୀ ଏ ସଂସାରେ

ଗଲାବେଳେ କଣ ନେଇ

         ଗଲେ ସ୍ୱର୍ଗପୁରେ

ହେ ଈଶ୍ୱର ଶୁଭବୁଦ୍ଧି

       ମାନବଙ୍କୁ ଦିଅ

ମିଠା କଥା କହି ହେଉ

       ସଭିଙ୍କର ପ୍ରିୟ

ଧର୍ମ ଏକା ସତ୍ୟ ପୁଣି

         ଏ ଜଗତ ମିଥ୍ୟା

ହେ ଈଶ୍ୱର ମାନବଙ୍କୁ 

         ଦିଅ ଏହି ବାର୍ତ୍ତା।


Rate this content
Log in

Similar oriya poem from Inspirational