STORYMIRROR

Pratima Satpathy

Classics

4  

Pratima Satpathy

Classics

ମୋ ଦେଶ ପରି ଦେଶ ନାହିଁ

ମୋ ଦେଶ ପରି ଦେଶ ନାହିଁ

1 min
393


ଦେଖିଛ କି କେହି ଏମିତି ଦେଶଟେ 

    ସ୍ୱର୍ଣ୍ଣ ଭାରତର ପରି 

ସର୍ବ ଧର୍ମ ସମନ୍ଵୟ ସମଭାବ 

    ରହିଅଛି ଯହିଁ ପୁରି।

ଶିରେ ହିମାଳୟ ମୁକୁଟ ଶୋଭଇ 

     ଚରଣ ଧୁଏ ସାଗର 

ନଦନଦୀ ଘେରା ପାହାଡ଼ ଜଙ୍ଗଲ 

    ମନ ହରେ ଦର୍ଶକର।

ମର୍ତ୍ତ୍ୟର ବୈକୁଣ୍ଠ ପୁରେ ଜଗନ୍ନାଥ 

    ବିରାଜ ମାନ ଅଛନ୍ତି 

ପତିତ ପାବନ ବାନା ଉଡୁଥାଏ 

   ଭକ୍ତଙ୍କ ଡାକ ଶୁଣନ୍ତି।

ପବିତ୍ର ଗଙ୍ଗା ଯମୁନା ସରସ୍ଵତୀ 

     ତ୍ରିବେଣୀ ସଙ୍ଗମ ହୋଇ 

ପାପ ତାପ ସବୁ ହରଣ କରନ୍ତି 

    ସ୍ନାନ କଲେ ମୁକ୍ତି ପାଇ।

ତ୍ରିରଙ୍ଗା ଆମର ଜାତୀୟ ପତାକା 

     ତିନି ରଙ୍ଗରେ ଉଡଇ 

ସତ୍ୟ ଶାନ୍ତି ଓ ଏକତାର ମନ୍ତ୍ରକୁ 

     ଆନନ୍ଦରେ ଯାଏ ଗାଇ।

 ଜୟଦେବଙ୍କ ଗୀତଗୋବିନ୍ଦ ଶୁଣି 

    ପ୍ରଭୁ ମୋ ନିଦ୍ରା ଯାଆନ୍ତି 

ସ୍ନାନ ପୂର୍ଣ୍ଣିମାରେ ସ୍ନାନ କରି ଜ୍ଵର 

     ଔଷଧ ପଥି ଖାଆନ୍ତି।

ବିଦ୍ୱାନ ବିଦୁଷୀ କେତେ ଜନ୍ମି ଛନ୍ତି 

    ନାହିଁ ତାହାର କଳନା 

ସୁର ବୀର ଦେଶ କଳା ସଂସ୍କୃତିର 

     କିଏ ସେ ଦେବ ଉପମା।

ମୁନି ଋଷି ଦେଶ ମୋ ଭାରତ ବର୍ଷ 

     ଇତିହାସେ ଅଛି ରହି 

ଅତିଥିଙ୍କୁ ଏଠି ଭଗବାନ ପରି 

     ଭାବନା ସଭିଙ୍କ ଥାଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics