STORYMIRROR

Pratima Satpathy

Children Stories

4  

Pratima Satpathy

Children Stories

ଭାରୀ ମନେ ପଡେ।

ଭାରୀ ମନେ ପଡେ।

1 min
434


ଅତୀତର ସ୍ମୃତି ଭାରି ମନେ ପଡେ 

     ଭୂଲି ହୁଏନାହିଁ କେବେ 

ମାଆର ବାତ୍ସଲ୍ୟ ମମତା, ବାପାଙ୍କ 

     ସ୍ନେହ ଶ୍ରଦ୍ଧା କଥା ଭାବେ।

ଭାଇ ଭଉଣୀ ଙ୍କ ଅନାବିଳ ସ୍ନେହ 

    ଶ୍ରଦ୍ଧା ଓ ମମତା ଭରା 

ଟିକିଏ କଥାରେ ରାଗ ଋଷା ହୁଏ 

   ପୁଣି ହସ ଖୁସି ଭରା।

ମାଆ ହାତ ରନ୍ଧା ବଢ଼ା ଭାତ ଆଳୁ 

    ଘିଅ ପକାଇ ଖୁଆଏ 

ବାପାଙ୍କ ସାଥିରେ ବହୁତ୍ ଖୁସିରେ 

    ଯାନି ଯାତ୍ରା ଦେଖା ହୁଏ।

ମନେ ପଡେ ମୋର ସାରୁ ପତରରେ 

    କଙ୍କି ପାରା ଧରା ଦିନ 

ନଈର ଗାଧୁଆ ଓ ପଖାଳ ଖିଆ 

    ଭାବିଲେ ଅସ୍ଥିର ମନ ।

ସାଙ୍ଗ ସାଥି ହୋଇ ଖେଳିବାର ମଜା 

    ଧୂଳି ବାଲି ମାଟି ହୋଇ 

ନଈ ଅତଡ଼ା ରୁ ଭୂଇଁ ବରକୋଳି 

    ବିଲ ମୁଗ ବିରି ଛୁଇଁ।

ପାଠ ପଢା ସାଙ୍ଗ ସାଥି ହୋଇ ଯିବା 

    ବହି ବସ୍ତାନି କୁ ଧରି 

ପ୍ରାର୍ଥନା ସଭାରେ ପ୍ରାର୍ଥନାଟି କରୁ 

    ଠିଆ ହୋଇ ଧାଡ଼ି କରି।

ପିଲାଦିନ ଧୂଳି ଖେଳ ସାଙ୍ଗସାଥୀ 

    ଲୁଚକାଳି ପୂଚି ଖେଳ 

କୁଆଁର ପୁନେଇଁ ଓଷା ଚାନ୍ଦ ପୁଜା 

    ରଜ ତୋଟା ଦୋଳି ଖେଳ।

ମନେ ପଡେ ମୋର ଆମ୍ବ କଷି ସହ 

    ଲୁଣ ଲଙ୍କା ଗୁଣ୍ଡ ସାଥେ 

ବାଡ଼ିର କମଳା, ଆମ୍ବୁଲ, କଇଁଆ 

    ଝୋଳ ଖିଆ ବାଡି ପଟେ।   

ଅତୀତର ସେଇ ଅଭୁଲା ସ୍ମୃତି କୁ 

     କେବେ ଭୁଲି ହେବ ନାହିଁ 

ସବୁବେଳେ ମନ ଭିତରେ ରହିବ 

     ବଞ୍ଚିଥିବା ଯାଏ ମୁହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍