STORYMIRROR

Pratima Satpathy

Drama

4  

Pratima Satpathy

Drama

ଦେହ ଦେଉଳ

ଦେହ ଦେଉଳ

1 min
28

ପ୍ରତିମା ଶତପଥି,, ଜିଲ୍ଲା,, ଯାଜପୁର।
କବିତା ଶୀର୍ଷକ, ଦେହ ଦେଉଳ।
ଦେହକୁ ମୋହର ଦେଉଳ କରିଛି 
         ହୃଦୟ କୁ ସିଂହାସନ 
ଏ ଦିନା ହିନାକୁ ଦୟାକରି ପ୍ରଭୁ 
        କରନ୍ତୁ ଉପବେଶନ।
ବଳରାମ ଦାସ ଭକ୍ତିରେ ସନ୍ତୁଷ୍ଟ 
    ହୋଇ ବସି ବାଲି ରଥେ 
ଭକତଙ୍କୁ ଶ୍ରେଷ୍ଠ ସ୍ଥାନ ଦେଇ ଛନ୍ତି 
      କୀର୍ତ୍ତି ରହିଛି ଜଗତେ।
ଏତେବଡ ଭାଗ୍ୟ ହେବ ହେ ମାଧବ 
         ଆସିବ ଶୁଣି ମୋ ଡାକ 
ସମଗ୍ର ଜଗତ ଦେଖିବେ ତୁମ୍ଭଙ୍କୁ 
        ଖୁସି ହେବି ପଦ୍ମମୁଖ।
ଅନ୍ତରାତ୍ମା ଭାବେ ସମଗ୍ର ଶରୀରେ 
       ସୁକ୍ଷ୍ମରୁପେ ବିଦ୍ୟମାନ 
ସ୍ଥୂଳ ରୁପେ ପ୍ରଭୁ ପ୍ରକାଶିତ ହୁଅ 
       ଆହେ କମଳ ନୟନ।
ଦୁଃଖିନୀର ଆତ୍ମା ଶାନ୍ତି ପାଇଯାନ୍ତା 
      ଆହେ ପ୍ରଭୁ ଦୁଃଖ ହାରି 
ଦେହ ଦେଉଳରେ ବିଜେ କର ବାରେ 
         କରେ ଶଙ୍ଖ ଚକ୍ର ଧରି।
  ମାଟି ଦେହ ଦିନେ ମାଟିରେ ମିଶିବ 
         ହେ ପ୍ରଭୁ ରମା ରମଣ
ଜୀବନ ମୋହର ହୋଇଯିବ ଧନ୍ୟ 
        ଲାଗିଲେ ରଙ୍ଗା ଚରଣ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama