STORYMIRROR

Dr. Rajib Lochan Panigrahy

Drama Children

4  

Dr. Rajib Lochan Panigrahy

Drama Children

ଖେଳ

ଖେଳ

1 min
275


ଆମୋଦ ପ୍ରମୋଦର

ଏକ ମାଧ୍ୟମ ଖେଳ,

ଖେଳ ଯୋଗାଏ ଦେହକୁ ବଳ,

ପିଲାଙ୍କର ପ୍ରିୟ ଖେଳ

ପିଲାବେଳେ ଖେଳିଥିଲେ

ସାରା ଜୀଵନ ଦେହରେ ବଳ ।


ହେଲେ ଶନିବାର ପିଲାଏଁ ଖୁସି

ପାଠ ନ ପଢି ଖେଳିବେ ଖେଳ,

ଖେଳ ଶିକ୍ଷକ ସଭିଙ୍କ ପ୍ରିୟ

ଶିଖାନ୍ତି ସେ କୁସ୍ତି କସରତ

ଏବେ ଶିଖାଉଛନ୍ତି ଯୋଗ

ଯୋଗ କର ରହ ନିରୋଗ ।


ଦିନ ଥିଲା ଗାଁ ମୁଣ୍ଡରେ

ଥିଲା ଖେଳ ପଡିଆ,

ଖୋ କବାଡି ଧାଁ ଦୌଡ

ନାନା ଜାତି ଖେଳ ହେଉଥିଲା,

ଗାଁ ଶେଷରେ ତୋଟା ମାଳେ

ଭଲି ବଲ ଖେଳ ହେଉଥିଲା,

ବରଷା ହେଲେବି ବିଲ ମାଳେ

ଫୁଟ ବଲ ଖେଳ ହେଉଥିଲା ।


ପୁଣି ଆସିଲା କ୍ରିକେଟ ଖେଳ

ଯାହା ପାଇଁ ସବୁ ଭୁଲି ଗଲେ,

ପିଲାଠୁ ବୁଢ଼ା ସଭିଏଁ ପାଗଳ

ଲାଗିଲେ କ୍ରିକେଟ ଖେଳ,

ଖେଳ ପଡିଆ କି ଟେଲିଭିଜନ

ସବୁ ଆଡେ ଖାଲି ଲାଗେ ଭିଡ଼,

କାମ ଧନ୍ଦା ଛାଡି ଭୋକ ଶୋଷ ଭୁଲି

ସଭିଏଁ ଦେଖନ୍ତି କ୍ରିକେଟ ଖେଳ ।


ପାଠ ଛାଡି ଏବେ ପିଲାଏଁ ବ୍ୟସ୍ତ

ଖେଳିବାକୁ କ୍ରିକେଟ ଟୁର୍ନାମେଣ୍ଟ

ଗାଁ ରୁ ସହର ସବୁଠି ଏବେ

ଗହଳି ଦେଖିବାକୁ ଟୁର୍ନାମେଣ୍ଟ ।


ଦେଶ ବିଦେଶରେ ଲାଗିଲେ ଖେଳ

ଟୋକାଏଁ ଏବେ ହୁଅନ୍ତି ମେଳ

କିଏ ଜିତିବ ବଜାଇ ବାଜି

ସତେ ଯେମିତି ଲଟେରୀ ଖେଳ,

କୋଟି କୋଟିର ଜୁଆ ଲଗାଇ

 ଯୁବ ପିଢ଼ି ଏବେ ହୁଅନ୍ତି ନଷ୍ଟ,

ହାର ଜିତର ବାଜି ଲାଗେଇ

ଖେଳାଳି ମାନେ ଅର୍ଜନ୍ତି ଅମାତ ।


ପ୍ରଥମେ ଆରମ୍ଭ ହେଲା ଟୁର୍ନାମେଣ୍ଟ

କରିବାକୁ ଭାଇଚାରା ମାଧ୍ୟମ

ହାର ଜିତରେ ଏବେ ଗଣ୍ଡଗୋଳ

ଖେଳାଳି ଭିତରେ ନାହିଁ ସୀମିତ

ସୀମାରେ ଫିଟାଏ ଯୁଦ୍ଧ ର ବାଟ,

ଶାନ୍ତିରୁ ଅଶାନ୍ତି ଗୋଟିଏ ଖେଳ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama