Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kabiratna Nutan Kumar Behera

Abstract Drama Classics

3  

Kabiratna Nutan Kumar Behera

Abstract Drama Classics

ଭାଗବତ ଜନ୍ମ

ଭାଗବତ ଜନ୍ମ

1 min
151



ସଂସାରର ସାର   ଜୀବନ ତତ୍ତ୍ବର     

     ସୂକ୍ଷ୍ମଜ୍ଞାନ " ଭାଗବତ ",   

ଜୀବ ପରମର    ଭାବ ନିରନ୍ତର

      କରାଏ ତା' ଅବଗତ।


କ୍ଷୀର ମଧ୍ୟୁ ଘୃତ  ହୁଏ ଯେହ୍ନେ ପ୍ରାପ୍ତ

     ପର୍ଯ୍ୟାୟ କ୍ରମରେ ମନ୍ଥି,

ସେ ପ୍ରକାର ବିଧି   ଜ୍ଞାନ ପ୍ରାପ୍ତି ବୁଦ୍ଧି   

       ଭାଗବତ ଅଛି ଗୁନ୍ଥି।


ଅଛି ଯେତେ ଜ୍ଞାନ  ଶାସ୍ତ୍ର ତା' ପ୍ରମାଣ

      ଦିଏ ବିଜ୍ଞ ସାଧୁ ଜନେ,

ଭାଗବତ ଜ୍ଞାନ    ଶ୍ରେଷ୍ଠ ଆତ୍ମଜ୍ଞାନ

      ଲୋଡ଼ା ସବୁରି ଜୀବନେ।


ଆସିଲେ ଦୁଃର୍ଦିନ    ମାନବ ଜୀବନ

     ହୋଇଥାଏ ପରାଜିତ,

ବ୍ରହ୍ମ ଅଭିଶାପେ    ମୃତ୍ୟୁର ବିଳାପେ    

      ଥିଲେ ରାଜା ପରୀକ୍ଷିତ।  


ବ୍ୟାସଙ୍କ ରଚିତ     ଶାସ୍ତ୍ର ଭାଗବତ   

      ଶୁକଦେବ କଲେ ଗାନ,

ସେ ଅମୃତ ବାଣୀ    ପରୀକ୍ଷିତ ଶୁଣି

      ଲଭିଲେ ବିଶେଷ ଜ୍ଞାନ।


ପରମଙ୍କୁ ଧ୍ୟାୟୀ  ହେଲେ ସେ ଆଶ୍ରୟୀ

      ପାଇଲେ ଜୀବନୁ ମୁକ୍ତି,

ଆତ୍ମା ପରମରେ   ମିଳିଲେ ଧ୍ୟାନରେ

     ଜୀବେ ହୁଏ ମୋକ୍ଷ ପ୍ରାପ୍ତି।


ଜୀବନର ଗତି      ଭଗବତ ପ୍ରୀତି

      ଦିଏ ଶାଶ୍ବତ ଆନନ୍ଦ,

ଧ୍ରୁବ ପ୍ରହଲ୍ଲାଦ      ଘୁଞ୍ଚାଇ ବିଷାଦ

      ଲଭିଲେ ପରମ ପାଦ।


ଭବେ ଭାଗବତ     ଭାବ ରସାମୃତ

      ସୃଷ୍ଟିର ତତ୍ତ୍ବ ନିହିତ,

ଜ୍ଞାନରେ ଜଗତ    ଚାଲେ କ୍ରମାଗତ

      ବୁଝାଏ ତାର ମହତ୍ତ୍ଵ।


ଜୀବନର ମୂଳ      ଚତୁର୍ବର୍ଗ ଫଳ

     କାମ ଅର୍ଥ ଧର୍ମ ମୋକ୍ଷ,

ପରମାତ୍ମା ବ୍ରହ୍ମ      ଦିଅନ୍ତି ଜନମ

      ପୂର୍ଣ୍ଣ କରିବାକୁ ଲକ୍ଷ୍ୟ।


ଭାଗବତ ସିନ୍ଧୁ      ଲଙ୍ଘିବାକୁ ସାଧୁ

      ରହିଥାଏ ସଦା ରତ,

ଜ୍ଞାନେ ରଖି ମାନ    ଶ୍ରୀପ୍ରଭୁ ଦର୍ଶନ

     କରି ହୁଏ କୃତ୍ୟ କୃତ।


ଭାଦ୍ରବ ପୂର୍ଣ୍ଣିମା    ପ୍ରକାଶେ ମହିମା

      ଭାଗବତ ଜନ୍ମ କଥା,

ଜଗନ୍ନାଥ ଦାସ     ଭାବ ଭକ୍ତି ରସ

      ରଚି ରଖିଛନ୍ତି ଗାଥା।

    

   


Rate this content
Log in

Similar oriya poem from Abstract