STORYMIRROR

Kabiratna Nutan Kumar Behera

Abstract Drama Inspirational

3  

Kabiratna Nutan Kumar Behera

Abstract Drama Inspirational

ଦେବୀ ମା' ଆରାଧନାରେ ନବରାତ୍ର

ଦେବୀ ମା' ଆରାଧନାରେ ନବରାତ୍ର

1 min
214

   


ଈଶ୍ବରଙ୍କ ସୃଷ୍ଟି    ଏ ବିଶ୍ଵ ବ୍ରହ୍ମାଣ୍ଡ

     ମାନବ ଅଟେ ଅସ୍ଥାୟୀ,

କର୍ମର ସାଧନ   କରି ଅର୍ଜେ ପୁଣ୍ୟ

     ସୁଖ ଶାନ୍ତି ଥାଏ ଧ୍ୟାୟୀ।

ସମାଜେ ସଂସ୍କୃତି   ପରମ୍ପରା ନେଇ

      କରେ ଜୀବନ ଯାପନ,

ମନେ ରଖି ଭକ୍ତି   ପବିତ୍ର ହୃଦୟେ

     ରଖିଥାଏ ସଦା ଧ୍ୟାନ।

ଦେବା ଦେବୀଙ୍କର  ପୂଜା ଆରାଧନା 

      କରି ଲଭେ ସୁଖ ଶାନ୍ତି,

ତାଙ୍କର ଆଶିଷ   ବିପଦୁଁ ଉଦ୍ଧାରେ

      ଭୁଲି ଯାଏ ମନୁ କ୍ଳାନ୍ତି।

ଆଦିଶକ୍ତି ମାତା   ଦୁର୍ଗାଦେବୀ ସ୍ଵୟଂ

     ବ୍ରହ୍ମାଣ୍ଡେ କରୁଣାମୟୀ,

କୃପା ଦାନ କରି   ଜଗତ କଲ୍ୟାଣ 

      କରିଥାନ୍ତି ଦୟାମୟୀ।

ତାତ୍ତ୍ଵିକ ଭାବରେ  ଭିନ୍ନ ଭିନ୍ନ କାଳେ

      ଚାରି ଗୋଟି ନବରାତ୍ରୀ,

ବିଧି ବିଧାନରେ    ପାଳିତ ହୁଅଇ

      ଭକ୍ତି ଭାବେ ହୋଇ ବ୍ରତି।

ପୌଷ ମାଘ     ବସନ୍ତ ଶରତେ

       ପଡ଼େ ଏଇ ନବରାତ୍ର,

ଶୁକ୍ଳ ପ୍ରତିପଦ    ତିଥିରୁ ନବମୀ

       ପାଳିତ ହୁଏ ସର୍ବତ୍ର।

ପୌଷ ନବରାତ୍ର    ହୁଏ ଅଷ୍ଟମୀରୁ

      ପୂର୍ଣ୍ଣିମା ଯାଏ ପାଳନ,

ନ' ଦିନ ବଦଳେ   ଆଠ ଦିନ ମାତ୍ର   

      ହୋଇଥାଏ ଅନୁଷ୍ଠାନ।

ଚାରୋଟି ମଧ୍ୟରେ   ଆଶ୍ବିନ ପ୍ରଧାନ

      ଶାରଦୀୟ ନବରାତ୍ର,

ଦେବୀ ମାତା ଦୁର୍ଗା  ପୂଜା ଉପାସନା    

      ମନକୁ ରଖେ ପବିତ୍ର।

ପ୍ରତିପଦଠାରୁ    ନବମୀ ପର୍ଯ୍ୟନ୍ତ

      ମାତାଙ୍କର ହୁଏ ପୂଜା,

ଭକ୍ତି ଚିତ୍ତେ ସ୍ତୁତି   ମନ୍ତ୍ରେ ଆବାହନ

      କରି ପୂଜୁ ଦଶଭୁଜା।

ଆଦ୍ୟେ ଆଦିଶକ୍ତି ' ଶୈଳପୁତ୍ରୀ 'ରୂପେ

      କରିଥାଉ ଆରାଧନା,

ଦ୍ବିତୀୟରୁ କ୍ରମେ   ଭିନ୍ନ ଭିନ୍ନ ନାମେ

       ପାଆନ୍ତି ପୂଜା ଅର୍ଚ୍ଚନା।

ସେ ' ବ୍ରହ୍ମଚାରିଣୀ '  ' ଚନ୍ଦ୍ରଘଣ୍ଟା 'ଦେବୀ

     ' କୁଷ୍ମାଣ୍ଡା 'ଓ ' ସ୍କନ୍ଧମାତା ',

ପୁଣି ' କାତ୍ୟାୟନୀ '  ' କାଳରାତ୍ରୀ 'ଚଣ୍ଡି

      ରୂପେ ହୁଅନ୍ତି ପୂଜିତା। 

' ମହାଗୌରୀ ' ଭାବେ ଶ୍ବେତବସ୍ତ୍ରେ ଉଭା

      ହୋଇଥାନ୍ତି ଚତୁର୍ଭୁଜା,

ପତିତ ଜନଙ୍କୁ    କରିଣ ଉଦ୍ଧାର 

     ଉଡାନ୍ତି ବିଜୟ ଧ୍ବଜା।    

ଶେଷ ' ସିଦ୍ଧିଦାତ୍ରୀ '    ହସ୍ତେ ଧରିଥାନ୍ତି

       ଶଙ୍ଖ ଚକ୍ର ଗଦା ପଦ୍ମ,

ଏ ବିଧି ବିଧାନେ   ପୂଜା ହୁଏ ପୂର୍ଣ୍ଣ

       କରୁଣା ତାଙ୍କ ଅସୀମ।

ମାତାଙ୍କ ଆଶିଷ    ପାଇଲେ ଭକତ 

      ଧନ୍ୟ ହୁଏ ତା' ଜୀବନ,

ନିଷ୍ଠା ଭକ୍ତି ଚିତ୍ତେ   ତାଙ୍କ ପୂଜା କରି

      ସୁଖେ କାଟେ ତାର ଦିନ।

     

    

   



Rate this content
Log in

Similar oriya poem from Abstract