STORYMIRROR

Kabiratna Nutan Kumar Behera

Abstract Drama Action

3  

Kabiratna Nutan Kumar Behera

Abstract Drama Action

ପାପ ବିନାଶିନୀ ମାଆ ଚନ୍ଦ୍ରଘଣ୍ଟା

ପାପ ବିନାଶିନୀ ମାଆ ଚନ୍ଦ୍ରଘଣ୍ଟା

1 min
128

   

ନବରାତ୍ର ସଜା ଶାରଦୀୟ ପୂଜା,

     ମାଆ ଦଶଭୁଜା କୃପା ହୁଏ ଖୋଜା।

ତୃତୀୟ ଦିବସେ ଶୁଭ ଅବକାଶେ 

     ଆସନ୍ତି ଏ ବିଶ୍ଵେ ଚନ୍ଦ୍ରଘଣ୍ଟା ବେଶେ।

ଜଗତକୁ ଆସି ସଶକ୍ତି ପ୍ରକାଶି 

       ଅସୁର ବିନାଶୀ ଦିଅନ୍ତି ସେ ଖୁସି।

ଘଣ୍ଟ ଆକାରରେ ଅର୍ଦ୍ଧଚନ୍ଦ୍ର ଶିରେ

    ଥା'ନ୍ତି ଅସ୍ତ୍ର ଶସ୍ତ୍ରେ ଧରି ସେ ଭୁଜାରେ।

ନାଶି ପାପ ଛିଟା ହଟାନ୍ତି ସେ କଣ୍ଟା 

       ପାଳି ସଂସାରଟା ନାମ ଚନ୍ଦ୍ରଘଣ୍ଟା।

ଉଗ୍ରରୂପେ ମାତା ସଶସ୍ତ୍ରେ ସଜ୍ଜିତା

      ଯୁଦ୍ଧ ମୁଦ୍ରା ରତା ସିଂହେ ବିରାଜିତା।

ଖଡଗ ତ୍ରିଶୂଳ ଗଦା କମଣ୍ଡଳ

        ଧନୁସ କମଳ ସାଥେ ମହାବଳ।

ରତନେ ଚହଟ ମସ୍ତକେ ମୁକୁଟ 

      ଶ୍ଵେତ ପୁଷ୍ପ ମାଳ ତ୍ରିନେତ୍ର ଲଲାଟ।

ସ୍ବର୍ଣ୍ଣ ତେଜମୟୀ ମା' ମମତାମୟୀ

    ପାଦପଦ୍ମେ ଧ୍ୟାୟୀ ପୁଣ୍ୟ ଯେ ମିଳଇ।

ଦିଅନ୍ତି ଅଭୟ ହୁଅନ୍ତି ସଦୟ

      ରହେ ନାହିଁ ଭୟ କରି ହୁଏ ଜୟ।

ମଣିପୁର ଚକ୍ର ଜାଗ୍ରତେ ପବିତ୍ର

        ଶୁଦ୍ଧ ନିର୍ବିକାର ହୁଅଇ ଶରୀର।

ମିଳଇ ବୀରତା ଶକ୍ତି ନିର୍ଭୀକତା

     ସୌମ୍ୟ ବିନମ୍ରତା ଆସେ ଉଜ୍ଜଳତା।

ଚନ୍ଦ୍ରଘଣ୍ଟା ମାତା ଜଗତେ ପୂଜିତା

      ସେ ଚିର ବନ୍ଦିତା ସେ ଅଭିନନ୍ଦିତା।

ଚରଣେ ପ୍ରଣାମ କରେ ମୁଁ ଅଧମ

       ପାଳନେ ଧରମ ସାର୍ଥକ ଜନମ।

    


       

      



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract