STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

କର୍ତ୍ତବ୍ୟ

କର୍ତ୍ତବ୍ୟ

1 min
419


କରେଯେହୁ ଯେତେ ଶତ୍ରୁତା ରାଷ୍ଟ୍ରେର

   କର୍ତ୍ତବ୍ୟରେ ରାଷ୍ଟ୍ରବାସୀ,

କରିନପାରିବେ  ଅନିଷ୍ଟ   ରାଷ୍ଟ୍ରର

    କର୍ମକ୍ଷେତ୍ରେ ଅହର୍ନିଶି।


ନୂଆ ଭାରତର    ନୂତନ ସୈନିକ

   କେତେ ଶକ୍ତିଶାଳୀ ଆଜି,

ପତକା ବିଜୟ   ସୀମାରେ ଉଡୁଛି 

    ମିଳୁଛି ଗୌରବ ଆଜି।


ମାନ୍ୟତା ଯାହାର   ବିଶ୍ବ ଗୁରୁ ପରି

    ଅହିଂସା ଯାହାର ମନ୍ତ୍ର,

ଅତ୍ୟାଧୁନିକର    ଶସ୍ତ୍ରରେ ଭୂଷିତ

     ଆତ୍ମନିର୍ଭରଟି ମନ୍ତ୍ର।


ଅମୃତ କାଳର    ଶକ୍ତି ଗୁଞ୍ଜୁ ଅଛି  

    ବିଶ୍ବର ଶାନ୍ତିର ପାଇଁ, 

ନିର୍ଭରଟି ଏବେ  ସବୁ କ୍ଷେତ୍ରେ ରାଷ୍ଟ୍ର  

    ଆତ୍ମନିର୍ଭରର ପାଇଁ।


ସମର୍ଥନେ ଏବେ    ସମ୍ପୂର୍ଣ୍ଣ ଟି ବିଶ୍ବ

   ଅତ୍ୟାଧୁନିକ ଟି ସେନା,

ରାଷ୍ଟ୍ରେ ଗୁଞ୍ଜୁଅଛି   ସେନାଙ୍କ ବୀରତ୍ବ  

 କେତେ ଶକ୍ତିଶାଳୀ ସେନା।


ଛାର ଶତ୍ରୁ ଅବା    କି କରିପାରିବ

   କୃଷ୍ଣ ରାମ ଜଗା ରାଷ୍ଟ୍ରେ,

ରାଷ୍ଟ୍ରର ପ୍ରଧାନ    କର୍ତ୍ତବ୍ୟେ ଭୂଷଣ

    ଅମୃତ କାଳଟି ରାଷ୍ଟ୍ରେ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract