STORYMIRROR

Sukadev Mahanta

Abstract Inspirational

4  

Sukadev Mahanta

Abstract Inspirational

ଦେଶଟିର ନାମ ଭାରତ

ଦେଶଟିର ନାମ ଭାରତ

1 min
324


ସତରେ ଲାଗଇ ବିଚିତ୍ର

ନାନା ଜାତି ଧର୍ମ ବେଶ ଭୂଷା ଭାଷା

ବିବିଧତା ମଧ୍ୟେ ଏକତ୍ର

ପୂରୁବେ ପଶ୍ଚିମେ ଦକ୍ଷିଣେ ସାଗର

ଉତ୍ତରରେ ହିମ ପରବତ

ଦେଶଟିର ନାମ ଭାରତ ।


ପ୍ରତି ପ୍ରଭାତରେ ମନ୍ଦିରୁ ଶୁଭଇ

ଶଙ୍ଖ ଘଣ୍ଟ ଧ୍ବନି ବେଦ ମନ୍ତ୍ର ପାଠ

ଗୀର୍ଜାରେ ଘଣ୍ଟି ବାଜଇ

ମସଜିଦରୁ ଆଲ୍ଲା ହୋ ଆକବର

ଏକତା ସୂତ୍ରରେ ବାନ୍ଧଇ

ସାଗର ଯାହାର ଚରଣ ଧୂଅଇ

ସୁସମୃଦ୍ଧ ଯାର ପରମ୍ପରା

ସମଗ୍ର ବିଶ୍ବରେ ଉଜ୍ଜ୍ବଳ ବର୍ତ୍ତିକା

ସବୁକିଛି ତାର ନିଆରା ।


ବିଭିଧତା ମଧ୍ୟେ ଏକତା ଯେଉଠି 

ଅଧିକାରେ ଅଛି ସାମ୍ୟତା

ରୂପ ପରିପାଟି ଭାଷା ଧର୍ମେ ପଛେ

ରହିଥାଉ ଯେତେ ଭିନ୍ନତା

ପ୍ରତିଟି ତନ୍ତ୍ରୀରେ   କମ୍ପନ ଆଣେ

   ଗଣତନ୍ତ୍ରର କବିତା

ପ୍ରବଞ୍ଚନା ପ୍ରତାରଣା ଚଳେନାହିଁ

   ଚଳେନାହିଁ ଏଠି ଶଠତା

ଶାନ୍ତି ମୈତ୍ରୀର ଉଡେ ବୈଜୟନ୍ତୀ

  ସତ୍ୟ ଅହିଂସା ସହିତ

ସକଳ ବିଶ୍ବର ରାଜରାଣୀ ସେତ

 ଦେଶଟିର ନାମ ଭାରତ

ସୁଜଳା ସୁଫଳା ଶସ୍ୟ ଶ୍ୟାମଳା

  ପୁଣ୍ୟ ଏ ଦେଶ ଭାରତ ।


ଗଙ୍ଗା ଗୋଦାବରୀ ନର୍ମଦା ତାପ୍ତୀ

    ବହିଯାଇ ବ୍ରହ୍ମପୁତ୍ର

ତା ଶରୀର ଧୋଇ ସାଗରେ ମିଶଇ

   ବହିବହି ଦିବାରାତ୍ର

ସାଗର ଯାହାର  ଚରଣ ଧୁଅଇ

   ସେ ଦେଶର ନାମ ଭାରତ

ତା ସନ୍ତାନ ଆମେ  ସର୍ବ ତ୍ୟାଗ କରି

    ରଖିବା ତା ମାନ ମହତ

ସଚ୍ଚୋଟତା ବଳେ   ଶ୍ରେଷ୍ଠ ହୋଇବା

  ତଟସ୍ଥ ହୋଇବ ଜଗତ 

ହିଂସା ତରବାରୀ  ଜୟ ଜୟନୁହେଁ

    ହୃଦୟର ଜୟ ସତ ତ

ବିଭିଧ ଆର୍ଥିକ   ଧର୍ମ ସାଂସ୍କୃତିକ

  ପରମ୍ପରା ପରିଦୃଷ୍ଟ

ବିଚ୍ଛିନ୍ନତାର ଧାର ମାଡିବାନି

 ଏକତାରେ ବନ୍ଧା ଆମେ ତ

ସୁଜଳା ସୁଫଳା ବୀର ପ୍ରସବିନୀ

   ପୁଣ୍ୟ ଆମ ମାଆ ଭାରତ

ପ୍ରଜ୍ଞା ପ୍ରଦାୟିନୀ ଭୁବନ ମୋହିନୀ

    ଆଶିଷ ଦାୟିନୀ ମାତ

ଦେଶଟିର ନାଁ ଭାରତ ।


ନାନା ପକ୍ଷୀଙ୍କର  କଳରବେ ଭରା

    ପ୍ରବହନ୍ତୀ ସ୍ରୋତସ୍ବିନୀ

ଆକାଶ ପଥରେ ଭାସିଯାଏ ମେଘ

    ପାହାଡର ଚୂଡା ଛୂଇଁ

କୁଳୁକୁଳୁ ହୋଇ ପାହାଡି ଝରଣା

      ଗାଇ ଯା ସ୍ତୁତିସଂଗୀତ

ଭୁବନ ମୋହିନୀ  ସେ ଆମ ଜନନୀ

   ପୁଣ୍ୟ  ପବିତ୍ରା ଭାରତ 

ଆମେ ହୋଇ ତାର ସୁଯୋଗ୍ୟ ସନ୍ତାନ

   ରଖିବା ମାନ ମହତ

ସାରା ଦୁନିଆଁରେ  ଗାଇ ଏକ ସୁରେ

    ଜୟ ଜୟ ଭାରତ ମାତ

  ଦେଶଟି ନାଁ ଭାରତ ।


   



Rate this content
Log in

Similar oriya poem from Abstract