STORYMIRROR

Sukadev Mahanta

Abstract Inspirational

4  

Sukadev Mahanta

Abstract Inspirational

ଶକ୍ତି ସଂରକ୍ଷଣ

ଶକ୍ତି ସଂରକ୍ଷଣ

2 mins
370


ମାଆ ମାଆ ବୋଲି      କେତେ ମୁଁ ଖୋଜିଲି


      ମାଆକୁ ପାଇଲି ନାହିଁ


ସପନରେ ଆସି       ଦଶଭୁଜା ରୂପେ


      ମାଆ ଗଲେ କହିଦେଇ ||


ସେ ତସେହି ଦେବୀ     ସର୍ବ ଭୁତେ ଯିଏ


       ଶକତି ରୂପେ ସଂସ୍ଥିତା


ସେତ ସେହି ଦେବୀ     ସମଗ୍ର ସୃଷ୍ଟିରେ

       ଜନନୀ ରୂପେ ପୂଜିତା ||


କ୍ଷିତି ଅପଃ ତେଜ       ମରୁତ ଓ ବ୍ୟୋମ


       ପଞ୍ଚ ମହାଭୁତ ନେଇ


ପ୍ରଭୁ ସୃଷ୍ଟିକର୍ତ୍ତା         ସୃଷ୍ଟିର ରଚନା

       କରିଛନ୍ତି ଜାଣ ଭାଇ ||


ବିଶ୍ବ ବ୍ରହ୍ମାଣ୍ଡର     ସର୍ବ ସଂରଚନା 

     ତିଷ୍ଠିଛି ଶକତି ବଳେ


ସକଳ ଘଟରେ    ପରାଣ ସଂଚାର


     ଘଟଇ ଶକତି ବଳେ||


ବିଜ୍ଞାନ ଭାଷାରେ    ଶକତି ଅଟଇ


       କାର୍ଯ୍ୟ କରିବା ସାମର୍ଥ୍ୟ


ଯାହାର ପାଖରେ    ଯେତେ ବେଶି ଶକ୍ତି


       ସେତେ ବେଶି ତା' ସାମର୍ଥ୍ୟ


ବିଶ୍ବ ବ୍ରହ୍ମାଣ୍ଡରେ      ବିଭିନ୍ନ ରୂପରେ


       ଶକ୍ତି ଅଟେ ବିଦ୍ୟମାନ


ସରନ୍ତି ହେଉକି     ଅସରନ୍ତି ହେଉ 

     କରେ ଶକ୍ତି ଅଧିଷ୍ଠାନ |


ଧ୍ବନି ଶକ୍ତିବଳେ    କଥା ଶୁଣୁ ଆମେ


    ଆଲୋକର ବଳେ ଦେଖୁ


ରସାୟନ ଶକ୍ତି      ଖାଦ୍ୟରୁ ପାଇଣ


      ନାଚୁ ଖେଳୁ ଗାଉ ଲେଖୁ ||


ବିଦ୍ୟୁତ ଶକତି         ବଳରେ ଆମର 

      କଳ କାରଖାନା ଚଳେ


ରାତିର ଅନ୍ଧାର       ଦୂର କରିପାରୁ 

     ଶିତ ତାପ ପାଉ ଭଲେ ||


କୋଇଲା ଜାଳେଣୀ    ପେଟ୍ରୋଲିୟମ୍ ଠାରେ


        ଅଛି ରସାୟନ ଶକ୍ତି


  ସହସ୍ର ସହସ୍ର      ବରଷେ ପ୍ରକୃତି          


       ସୃଷ୍ଟି କରିଛି ସେ ଶକ୍ତି ||


ତାହା ବଳେ ଚଳେ     କଳ କାରଖାନା


        ଚଳଇ ମୋଟର ଯାନ


ତାପଜ ବିଦ୍ୟୁତ     ଶକତିର ଉତ୍ସ

   କୋଲ୍ ପେଟ୍ରୋଲିୟମ୍ ଜାଣ ||


ସହସ୍ର ବର୍ଷର    ସାଧନା ବଳରେ

     ପ୍ରକୃତି କରିଛି ସୃଷ୍ଟି


ଦାୟିତ୍ବ ହୀନରେ   ବ୍ୟବହାର କରୁ


    ନାହିଁ ଆମ ଦୂରଦୃଷ୍ଟି ||


ଏହାର ବିପୁଳ    ବ୍ୟବହାର ଯଦି 

   ଆଜିପରି କରି ଚାଲୁ


ଏ ସରନ୍ତି ଶକ୍ତି    ନିଃଶେଷ ହୋଇବ


   ହେବା ଆମେ ବଣ ଭାଲୁ ||


ଜୁଆର ଜଳରୁ  ସୂରୁଯ ଆଲୋକୁ


     ଜୈବ ଅପଦ୍ରବଠାରୁ


ଜୈବ ପଦାର୍ଥରୁ    ସୁଲଭ ଶକତି


   ଖୋଜ ସର୍ବେ ଆଜିଠାରୁ||


ଯେଉଁ ଶକ୍ତି ଅଟେ      ଅସରନ୍ତି ଶକ୍ତି 

       କର ତାର ବ୍ୟବହାର


ସରନ୍ତି ଶକ୍ତିର        କରି ସଂରକ୍ଷଣ

     ବଢାଅ ଶକ୍ତି ସଂମ୍ଭାର ||


(E=mc^2)ଇ ଇଜ୍ ଇକୁଆଲ ଟୁ  ଏମ୍ ସିସ୍ଲୋୟାର୍ଡ


          ସୂତ୍ରର ପ୍ରୟୋଗ ବଳେ


କ୍ଷୁଦ୍ର ପରମାଣୁ        ସମେକନ(fusion) ବଳେ 

       ତେଜଷ୍କ୍ରିୟ ଶକ୍ତି ମିଳେ ||


ବସ୍ତୁତ୍ବ ତୃଟି ବା       ବସ୍ତୁତ୍ବ ପାର୍ଥକ୍ୟ 

     ବିନାଶ ଯେବେ ହୁଅଇ


ବସ୍ତୁର ବିନାଶେ       ଶକତି ଉତ୍ପନ୍ନ 

     ହୋଇ ପାରଇ ହେ ଭାଇ ||

ଇଉରାନିୟମ୍ ଅବା   ଥୋରିଅମ୍ ହେଉ

      ଅଟେ ଭାରି ତେଜସ୍କ୍ରିୟ

ବୋମା ମଧ୍ୟେ ନୁହେଁ   ରିଆକ୍ଟର ମଧ୍ୟେ

      କରିବାରେ ବିନିମୟ ||

ତାହା ପରିମାଣ      ଧରଣୀ ଗରଭେ

     ଅଟଇ ସିମିତ ଜାଣ

କମ୍ ବ୍ୟବହାର     କରିଣ ତାହାର

    କରିବା ତା ସଂରକ୍ଷଣ ||

ବିସ୍ତିର୍ଣ୍ଣ ସାଗର    ବେଳାଭୂମି ତଟେ

     ବସାଇ ପବନ ଚକ୍ରୀ

 ବିଦୁତ୍ଉତ୍ପାଦନ   ବଢାଇବା ଆମେ

     କୋଇଲାଦି ସଞ୍ଚି କରି ||

ପ୍ରକୃତିର ଚିର   କାଳ ପ୍ରବାହିତ 

    ପବନର ବ୍ୟବହାରେ

ଶକତି ଅଭାବ    ହୋଇବ ପୂରଣ

    ଜାଣ ଭାଇ ସବୁଠାରେ ||


  ସୁରୁଯ ଢାଳଇ    ଉଜ୍ଜ୍ବଳ ଆଲୁଅ  

     ବର୍ଷସାରା ସବୁଠାରେ

ଫଟୋ ଭୋଲଟୀୟ    ପ୍ରଭାବ ଘଟାଇ

       ବିଦୁତ ଉତ୍ପନ୍ନ କରେ;

ସେହି ବିଦୁତର       ବ୍ୟବହାର ଆମେ

   କରିବାରେ ଘରେ ଘରେ

ସୌର ଫଳକର     ସ୍ଥାପନ କରିଣ

    ଆମ ଘର ଛାତପରେ||

ପ୍ରକୃତି ଆମକୁ     ଖଞ୍ଜି ଦେଇଅଛି

     ଅସୀମ ଶକ୍ତି ଭଣ୍ଡାର 

ସରନ୍ତି ଶକତି    ରଖିବା ସାଇତି

   ବ୍ୟବହାରେ ବିକଳ୍ପର ||

ଆସ ଭାଇ ବନ୍ଧୁ   କୁଟୁମ୍ବ ସକଳେ

    ଭବସିନ୍ଧୁ ସ୍ଥଳପରେ

ଆକାଶ ବତାସ   ଶୂନ୍ୟେ ମହାଶୂନ୍ୟେ

    ଲାଗ ଶକ୍ତି ସଂନ୍ଧାନରେ 

ସାଇତି ରଖିବା     ପ୍ରକୃତିକୁ ଆମ

     କରିବା ତା ସଂରକ୍ଷଣ

ବିନାଶ ନକରି     ବିକାଶ କରିବା

  ହୋଇ ସର୍ବେ ସଚେତନ ||  


Rate this content
Log in

Similar oriya poem from Abstract