STORYMIRROR

Rabindra kumar Sahoo

Abstract Inspirational

3  

Rabindra kumar Sahoo

Abstract Inspirational

ମୁଁ ବାମପନ୍ଥୀ

ମୁଁ ବାମପନ୍ଥୀ

1 min
115

ନ୍ୟାୟ ଅନ୍ୟାୟର ବିଚାର କରିବା

ମୋ'ର ଅଛି ଶକ୍ତି

ଯେହେତୁ ମୁଁ ବାମପନ୍ଥୀ ।


ନୀତି ଆଦର୍ଶର ବିଶ୍ଵାସୀ

 ସାମ୍ୟବାଦରେ ମୁଁ ବିଶ୍ଵାସୀ

 ଜାତି ଧର୍ମକୁ ବିରୋଧ କରେ ମୁଁ

 ଯେହେତୁ ମୁଁ ବାମପନ୍ଥୀ ।


ଶୋଷଣ କଷଣର ମୁଁ ବିରୋଧୀ

 ଶ୍ରମିକ, କୃଷକ, ଦଳିତ ଓ ପତିତଙ୍କ

ଜୀବନ ଜୀବିକାର ଅଟେ ଦରଦୀ

ସେ ପାଇଁ ମୁଁ ଦେଶ ଦ୍ରୋହୀ ଉଗ୍ରପନ୍ଥୀ

 ଯେହେତୁ ମୁଁ ବାମପନ୍ଥୀ ।


ସଭିଙ୍କୁ ଭାବେ ମୁଁ ନିଜର

ନ ଥାଏ ଭେଦ ମୋ ମଧ୍ୟେ ପରଆପଣାର

 ମୁଁ ସଂଗ୍ରାମୀ ମୋ ମଧ୍ୟେ ଅଛି ଦେଶ ଭକ୍ତି

ସମାଜ ସଂସ୍କାର ପାଇଁ 

କାନ୍ଦି ଉଠେ ମୋ'ର ସର୍ବ ଗ୍ରନ୍ଥି

 ଯେହେତୁ ମୁଁ ବାମପନ୍ଥୀ ।


କୃଷକ ଶ୍ରମିକ ମହିଳାମାନଙ୍କ ଦୁଃଖକୁ

ଭାବି ଥାଏ ମୁଁ ମୋ ନିଜ ଦୁଃଖ

ପରୋପକାର ଓ ସମାଜ ସେବାରେ

 ମୁଁ ପାଇଥାଏ ସୁଖ

 କିଏ କୁହେ ମୋତେ ଚରମ ପନ୍ଥୀ

 କେ ମୋତେ କୁହେ ଦେଶ ଦ୍ରୋହୀ ଓ ଉଗ୍ରପନ୍ଥୀ

 ଯେହେତୁ ମୁଁ ବାମପନ୍ଥୀ ।


ବିଶ୍ଵ ଶାନ୍ତି ବିଶ୍ଵ ସମୃଦ୍ଧି

ମୋ ଜୀବନ ର ଅଟେ ଉକ୍ତି

ସର୍ବ କ୍ଷେତ୍ରେ ସର୍ବ ସମୟେ

 ଚାହେଁ ମୁଁ ମଣିଷ ଜାତି ଓ

 ମଣିଷ ସମାଜର ମୁକ୍ତି

 ଯେହେତୁ ମୁଁ ବାମପନ୍ଥୀ ।


ଦୀନ ଦରିଦ୍ରଙ୍କ ଅଟେ ମୁଁ ସାଥୀ

ମୋ ଠାରେ ନ ଥାଏ ପ୍ରିୟା ପ୍ରୀତି

କର୍ମ ନୈପୁଣ୍ୟତା ଓ ନିଷ୍ଠାପର କର୍ମେ

ମୋର ଥାଏ ମତି

ଦେଶ ଓ ସମାଜେ 

ସଂସ୍କାର ଆଣିବା ଲକ୍ଷ୍ୟରେ ମୋ'ର ଥାଏ ପ୍ରୀତି

ଯେହେତୁ ମୁଁ ବାମପନ୍ଥୀ ।


 ଶୋଷଣ ରୂପକ ଶାସନୁ 

ଦେଶ ଓ ବିଶ୍ଵକୁ କରିବାକୁ ମୁକ୍ତି

ଜାଗ୍ରତ ପ୍ରହରୀ ସାଜିଛି ମୁଁ

କୃଷକ ଶ୍ରମିକ ଙ୍କୁ ସଂଗଠିତ କରି

ବିଶ୍ଵେ ସାମ୍ୟବାଦ ସମାଜବାଦ ଆଣି

ସମଗ୍ର ମାନବ ସମାଜକୁ ଦେବାକୁ

ଚାହେଁ ମୁଁ ଶାନ୍ତି

ଯେହେତୁ ମୁଁ ବାମପନ୍ଥୀ ।


 ଅସହିଷ୍ଣୁତା ହିଂସାରୁ

ମାନବ ସଭ୍ୟତାକୁ ଦେବା ପାଇଁ ମୁକ୍ତି

ମଣିଷ ପଣିଆ ଓ ମାନବିକତାର

ବିକାଶ ପାଇଁ

ଏ ବିଶ୍ଵେ ପ୍ରତିଷ୍ଠା ପାଇଁ ଶାନ୍ତି

ଜଣତନ୍ତ୍ର ଓ ଏକଛତ୍ରବାଦରୁ

ମଣିଷକୁ କରିବାକୁ ମୁକ୍ତି

ଶପଥ ନେଇଛି ମୁଁ

 ଯେହେତୁ ମୁଁ ବାମପନ୍ଥୀ ।



Rate this content
Log in

Similar oriya poem from Abstract