STORYMIRROR

Rabindra kumar Sahoo

Abstract Inspirational

3  

Rabindra kumar Sahoo

Abstract Inspirational

ବନ୍ଧୁ ମିଳନ

ବନ୍ଧୁ ମିଳନ

1 min
199


   ବନ୍ଧୁ ହୀନ ଜୀବନ

     ନୁହେଁ ତ ଜୀବନ

   ଜୀଇଁ ଥାଉଁ ଥାଉଁ

      ମୃତ ପ୍ରାୟ ଜାଣ

    ସେ ଜୀବନ ନୁହେଁ ତ ଜୀବନ ।

     

    ବନ୍ଧୁ ଓ ବନ୍ଧୁତାର ମୂଲ୍ୟ 

      ନ କରିପାରେ କେ ନିର୍ଦ୍ଧାରଣ

    ବନ୍ଧୁ ବିନା ଜୀବନ ଶୂନ୍ୟ

    ସଂସାର ଟା ଲାଗେ ରଙ୍ଗ ରସ ହୀନ

    ବନ୍ଧୁ ଓ ବନ୍ଧୁତା ଯୁଗେ ଯୁଗେ

     ଏ ସମ୍ପର୍କ ମହାନ 

     ସମ୍ପର୍କ ର ସେତୁବନ୍ଧ ବାନ୍ଧି

    ଆସ ବନ୍ଧୁ ଗଢିବା ଆମ ସଭିଙ୍କ ଜୀବନ

     ଆସ ଆସ ସଭିଏଁ ମିଳିମିଶି ପାଳିବା

    ଆମ ଏ ପବିତ୍ର ବନ୍ଧୁ ମିଳନ ।


    କୃଷ୍ଣ ସୁଦାମା ବନ୍ଧୁତାର ମାନ

    ବୁଝି କି ପାରିବେ ଏ ମାନବ ଅଜ୍ଞାନ

    ବନ୍ଧୁ ହିଁ ଅଟନ୍ତି ଏ ସଂସାରେ

   କୂଟ କପଟ ଶ୍ରୀ ହରି 

    ମାୟାଧର ଶ୍ରୀକୃଷ୍ଣ ଅର୍ଜୁନ

    ସଖାଙ୍କୁ ଦେଇଥିଲେ ଦିବ୍ୟଜ୍ଞାନ

  ଧର୍ମ ଯୁଦ୍ଧେ କୁରୁକ୍ଷେତ୍ରେ

   ସାଜିଥିଲେ ସଖାଙ୍କ ରଥେ

    ସେ ଯେ ସାରଥୀ ପୁଣ

    ମିତ୍ରତା ଡୋରି ରେ ରହି

    ଅଧର୍ମ ପକ୍ଷ କୁ କରିଥିଲେ ସମର୍ଥନ

    ସାଜିଥିଲେ ସଖା କର୍ଣ୍ଣ 

    ନ ଛାଡିଲେ କର୍ଣ୍ଣ 

   ତାଙ୍କ ସଖା ଦୁର୍ଯ୍ୟୋଧନ

   ଯୁଗେ ଯୁଗେ ବନ୍ଧୁ କର୍ଣ୍ଣ ଦୁର୍ଯ୍ୟୋଧନ

   ସ୍ଵର୍ଣ୍ଣାକ୍ଷରେ ଲିପିବଦ୍ଧ ହେଲା 

     ସେ ଦୁହିଁଙ୍କ ନାମ

   ବନ୍ଧୁତା ତାଙ୍କ ରହିଲା ଅକ୍ଷୁର୍ଣ୍ଣ

    ସୁଦାମାର ଖୁଦ ଭଜା

    ତୋଷିଲା କୃଷ୍ଣ ଙ୍କ ମନ ପ୍ରାଣ

    ବନ୍ଧୁତା ରେ ରହେ ଯଦି ଭାବ ସମର୍ପଣ

     ତ୍ୟାଗ ଓ ସମର୍ପଣ ଭାବ ହିଁ

     ବନ୍ଧୁତ୍ବ ରକ୍ଷା ପାଇଁ ମୁଖ୍ୟ କାରଣ

    ଧନ ସମ୍ପଦ ଏ ସଂସାରେ ସବୁ ଅକାରଣ

    ବନ୍ଧୁତା ରେ ଗଢା ଆମ ସଭିଙ୍କ ଜୀବନ

     ଆତ୍ମା ପରମାତ୍ମା ଜୀବ ପରମ

    ସଭିଏଁ ବନ୍ଧୁତା ବନ୍ଧନେ ହୁଅନ୍ତି ଲୀନ

    ଆସ ଆସ ହେ ବନ୍ଧୁ ପାଳିବା 

    ସ୍ଵାର୍ଥ ଅର୍ଥ ମିଛ ମାୟାକୁ ଭୁଲି

    ସଂସାର ର ମୁଖ୍ୟ ଆକର୍ଷଣ

    ଆମ ଏ ସ୍ଵର୍ଗୀୟ ସୁଖ ସଦୃଶ

     ଆମ ପ୍ରିୟ ଏ ବନ୍ଧୁ ମିଳନ

     ଜୀବିକା ଜୀବନ ଯୌବନ

    ସବୁର ଅଟେ ଏ ମହା ମିଳନ

   ଏଥିରେ ଅନୁବନ୍ଧିତ ସତେ ଅବା

    ଆମ ଏ ଭବିଷ୍ୟତ ଅତୀତ

     ଆମ ସଭିଙ୍କର ବନ୍ଧୁ ମିଳନ

     ମନ ଓ ହୃଦୟ ର ଏ ମହା ମିଳନ

    ଆମ ସଭିଙ୍କ ପାଇଁ ସ୍ମୃତି ସତେ

      ଏ ଆମ ବନ୍ଧୁ ମିଳନ ।


  

   


   

    

     

     


Rate this content
Log in

Similar oriya poem from Abstract