STORYMIRROR

Rabindra kumar Sahoo

Abstract

4  

Rabindra kumar Sahoo

Abstract

ଶୀତ ପାଇଁ ଗୀତ

ଶୀତ ପାଇଁ ଗୀତ

1 min
315

   ଆସ ଆସ ମିତ

   ଶୀତ ପାଇଁ ଆମେ ଗାଇବା ଗୀତ

   ଶୀତ ଆମ ପାଇଁ ଅଟଇ ହିତ

    ଶୀତ ର ପ୍ରକୋପେ

    ଥରେ ଆମ ଓଠ ଥରେ ଆମ ଦାନ୍ତ

    ଥରେ ଆମ ଗୋଡ ହାତ

    ଆସ ଆସ ମିତ 

   ଶୀତ ପାଇଁ ଆମେ ଗାଇବା ଗୀତ ।


    ଭୋଜି କରିବା ଗୀତ ଗାଇବା

     ମିତ ବସିବା

     ନାନା ସ୍ଥାନ ଆମେ ବୁଲି ତ ଯିବା

    ଏହି ଶୀତ ଆମ ପରମ ମିତ

    ନାନା ଫସଲ ପନିପରିବାରେ

    ପୂରି ଉଠେ ପୁଣି ଆମରି କ୍ଷେତ

   କୃଷକର ବନ୍ଧୁ ପୁଣି କୃଷିର ମିତ୍ର

    ଆସ ଆସ ମିତ

    ଶୀତ ପାଇଁ ଆମେ ଗାଇବା ଗୀତ ।


    ନାନା ପର୍ବପର୍ବାଣୀ 

     ଆମ ପାଇଁ ଆଣେ ସେହି ତ

    ପ୍ରଥମାଷ୍ଟମୀ ମାଘ ସପ୍ତମୀ 

    ତ୍ରିବେଣୀ ଅମାବାସ୍ୟା ପାଇଁ 

     ପ୍ରସିଦ୍ଧି ଲାଭ କରେ ତ ଶୀତ

    ସେ ଆମ ମିତ ପରିବେଶ କୁ

    ରଖେ ସେ ଶାନ୍ତ

   ନାହିଁ ଖରା ନାହିଁ ବର୍ଷା

    ଧୂଳି ଧୂସରିତ କାଦୁଅ ରେ

     ନ ହୁଏ ରାସ୍ତା ପୂରିତ

    ସତେ କି ଏ ଶୀତ

     ସାଜି ଆସଇ ଶାନ୍ତି ମୈତ୍ରୀ ର ଦୂତ

     ଆସ ଆସ ମିତ

    ଗାଇବା ଶୀତ ପାଇଁ ଗୀତ।


   ନ ରଖି ମନେ ଭେଦ ଭାବ

   କହିବା ସଭିଏଁ ଆମ ଦେଶ ଭାରତ

   ନୀତି ନୈତିକତା ଆଦର୍ଶ ରେ

    ଗଢିବା ଆସ ଆମ ଦେଶ ଏ ଭାରତ

   ସବୁ ଋତୁ ସବୁ ସମୟ ର ରଖିବା ମହତ୍ତ୍ଵ

   ପରୋପକାର ସେବା ଓ ତ୍ୟାଗରେ

    ମନେ ହୃଦୟେ ରଖିବା ତା'ର ମାନ ମହତ

   ଜାତି ଧର୍ମ ବର୍ଣ୍ଣ ସମ୍ପ୍ରଦାୟ ଲିଙ୍ଗ ମଧ୍ୟେ

   ନ ରଖିବା ଆମେ ତଫାତ

   ଆମେ ଭାରତୀୟ ଆମ ମାତା ଭାରତ

   ଆମ ସମ୍ବିଧାନ

  ଆମ ଜାତୀୟ ପତାକାର କରିବା ସ୍ଵାଗତ

   ଋତୁଟିଏ ହୋଇ

  ରଖୁନି ଯଦି ସେ ତା ମନେ ତଫାତ

   କିମ୍ପା ଆମେ ରେ ମଣିଷ 

   ଆମ ମଧ୍ୟେ କରିବା ଏତେ ଭେଦଭାବ ତ

   ଗୋଟିଏ ମାଆର କୋଟିଏ ସନ୍ତାନ ହୋଇ

   କହିବା ଆମେ ଆମ ମାତା ଭାରତ

   ସର୍ବେ ଭବନ୍ତୁ ସୁଖୀନଃ କହି

   ଆସ ଆସ ମିତ

   ଶୀତ ପାଇଁ ଆମେ ଗାଇବା ଗୀତ

   କହିବା ସଭିଏଁ ଏକ ସ୍ଵରେ

    ଆମ ମାତୃଭୂମି ଭାରତ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract