STORYMIRROR

Rabindra kumar Sahoo

Abstract Tragedy

4  

Rabindra kumar Sahoo

Abstract Tragedy

ମଶାଣି ର ଅଟ୍ଟହାସ୍ୟ

ମଶାଣି ର ଅଟ୍ଟହାସ୍ୟ

2 mins
317


  

   ଏ ମାୟା ସଂସାରେ

    କେ ନୁହେଁ କାହାର

    ତୁ ମୁଁ ମୁଁ ତୁ

   ସବୁ ଖାଲି ଅଟେ ମାୟା ଘୋର

   ତୋ ପାଇଁ ମୁଁ ହସେ ନାହିଁ ହସ

   ମୋ ପାଇଁ ତୁ ନୋହୁଁ ଉପବାସ

    ଜୀବନ ଜୀବିକା 

    ସବୁ ଅଟେ ମାୟା ର ସନ୍ଦେଶ

   ମିଛ ମାୟା ଅଟେ ସାରା ଦୁନିଆଁ

   ଜନ୍ମ ସତ୍ୟ ହେଲେ 

     ସତ୍ୟ ପୁଣି ମଶାଣିର ନିଆଁ

     ଆମ କାର୍ଯ୍ୟ କଳାପକୁ ଦେଖି

     କରୁଛି ମଶାଣି ଅଟ୍ଟହାସ୍ୟ ।


   ଏ ବନ୍ଧୁ ପରିଜନ

   ସଖା ସହୋଦର ଗଣ

  ସବୁ ମାୟା କୁହୁଡି ଟି ଜାଣ

   ସତ୍ୟ ଏଠି ମୃତ୍ୟୁ

   ମୃତ୍ୟୁ ନାମେ ଏଠି

     ମୃତ୍ୟୁ ସତ୍ୟ ଜାଣ

  ଯେତେ ଧନ ଦଉଲତ

    କରିଲେ ଏକାଠି

   ଜୀବ ଗଲା ପରେ

     ସବୁ ମିଛ ମାୟାଟି

   ଏ ମାୟା ସଂସାର ଦିଏ

    ଆମ କୁ ଏହି ସନ୍ଦେଶ

   ପିତା ମାତା ଭ୍ରାତୃ ଭଗ୍ନୀ

   ସବୁ ମାୟା ପରିବେଶ

   ତୁ ନୁହେଁ ମୋହର

    ମୁଁ ନୁହେଁ ତୋହର

   ଏହି କଥା ପାଇଁ

    ପ୍ରତି କ୍ଷଣେ

   କରୁଛି ମଶାଣି ଅଟ୍ଟହାସ୍ୟ।


   ସୁନ୍ଦର ଆମ ପରିବାର

   ସୁନ୍ଦର ଆମ ଏ ପରିବେଶ

   ସୁନ୍ଦର ଆମ ଏ ଦେଶ

  କେଡେ ସୁନ୍ଦର ଆମ ଏ ବିଶ୍ଵ

   ମାଟିରୁ ଜନମି ପୁଣି

    ମାଟିରେ ମିଶ ହେ ମଣିଷ

    ତୁମ ଗର୍ବ ଅହଂକାର

    ତୁମ ପ୍ରତିପତ୍ତି ତୁମ କ୍ଷମତା ର

    ନାହିଁ ନାହିଁ କିଛି ବିଶ୍ଵାସ

     ଆଜି ଅଛି କାଲି ନାହିଁ

    ଏ ସବୁ ରେ ବିଶ୍ଵାସ

   ନିଃଶ୍ବାସ କୁ ନାହିଁଟି ବିଶ୍ଵାସ

   କ୍ଷଣ ଭଙ୍ଗୁର ଆମ ଏ ବିଶ୍ଵ

   ଶରୀର ଆମର ଅଟେ ପରା ନିସ୍ଵ

  କହୁଛି କହୁଛି ଏ ମଶାଣି କରି ଅଟ୍ଟହାସ୍ୟ।


   ଧନ ସମ୍ପଦ ର ଲୋଭ ମୋହ ଛାଡ

   ମାଟି ମାଆ ର ସେବା ଯତ୍ନ କର

   ବଞ୍ଚ ମଣିଷ ପରି ହୋଇ ମଣିଷ

   ରଖ ନିଜ ନୀତି ରଖ ନିଜ ଆଦର୍ଶ

    ଧନୀ ଗରିବରେ ନ ରଖ ପ୍ରଭେଦ

    ଜାତି ଧର୍ମ ମଧ୍ୟେ ନ ରଖରେ ଭେଦ

    ନାରୀ ଓ ପୁରୁଷ ସଭିଏଁ ମଣିଷ

     ନ ରଖ ମନେ ଭେଦ ଭାବର ବିଷ

    ପ୍ରତି କ

୍ଷଣେ ପ୍ରତି ଅନୁକ୍ଷଣେ

    ଏ କଥା କହି ମଣିଷ ଜାତିକୁ 

     ମଶାଣି ଭୂଇଁ କରେ ଅଟ୍ଟହାସ୍ୟ ।


    ଏ ଶରୀର ଆମ ଅଟେ କ୍ଷଣ ଭଙ୍ଗୁର

    ରୂପ ସୌନ୍ଦର୍ଯ୍ୟ ର ନ ରଖ ଅହଂକାର

     ଜୀବନ ଜୀବିକା ର ଦିନେ ହେବ ଶେଷ

    ମୃତ୍ୟୁ ହେଲାପରେ ସବୁ ମୁଠାଏ ପାଉଁଶ

    ଧନୀ ଦିନେ ଯିବ ସେହି ମଶାଣି ଭୂଇଁ କୁ

    ଦରିଦ୍ର ବି ଯିବ ସେହି ମଶାଣି ଭୂଇଁ କୁ

    ଧନ ମାନ ଜ୍ଞାନ ଗର୍ବ ଅହଂକାର

     ସବୁ ଦିନେ ହେବ ଚୁରମାର

    ମୁଁ ହେବି ଶେଷ ତୁ ହେବୁ ଶେଷ

    ଏ ମର୍ତ୍ତ୍ୟ ମଣ୍ଡଳେ ମୃତ୍ୟୁ ହିଁ ଶ୍ରେଷ୍ଠ

    ମୋ ତୋ କାହାଣୀ ସବୁ ଦିନେ ହେବ ଶେଷ

     କହୁଛି ମଶାଣି ରେ ରେ ମଣିଷ

    ଗର୍ବ ଅହଂକାର ସବୁ କର ଶେଷ

     ମୋ କୋଳେ ଶେଷେ

     ତୁମେ ସବୁ ହେବ ମୁଠାଏ ପାଉଁଶ

    ଧନୀ ଗରିବରେ ନାହିଁ 

    ମୋ ପାଶେ ପାର୍ଥକ୍ୟ ଯେ ଲେଶ

    ମଶାଣି ଭୂଇଁ ମୁଁ ଅଟେ

     ସଦା ସର୍ବଦା ସତ୍ୟ

    ଜୀବନ ମରଣର ମୁଁ ହିଁ ସତ୍ୟ

     ସେ ପାଇଁ କରେ ମୁଁ

     ପ୍ରତି ମୁହୂର୍ତ୍ତରେ ଅଟ୍ଟହାସ୍ୟ

     ମୁଁ ମଶାଣି ଶୁଣ 

     ହେ ମାନବଗଣ ମୋ ଅଟ୍ଟହାସ୍ୟ

       ମୋ ମଶାଣିର ଅଟ୍ଟହାସ୍ୟ ।


    ବନ୍ଧନ କିଛି ମୁଁ ବୁଝେନା

    ସମ୍ପର୍କ ର ମାନେ ମୁଁ ବୁଝେନା

    ପୂରିଗଲେ କାଳ

     ମଶାଣିକୁ ଡାକେ ମୁଁ ବୃଦ୍ଧ ବାଳ

     ମୋ ମୁଖେ ନ ଥାଏ କେବେ କରୁଣ ରସ

     ମୁଁ ହିଁ ସତ୍ୟ ମୋ ଦର୍ଶନ ସତ୍ୟ

     ମୁଁ ସୃଷ୍ଟି ସ୍ଥିତି ପ୍ରଳୟର ମହା ସତ୍ୟ

     ଜନ୍ମ ମୃତ୍ୟୁ ର ମୁଁ ହିଁ ଶେଷ ବିଶ୍ଵାସ

    ମୁଁ ନିଃଶ୍ବାସ ମୁଁ ବିଶ୍ଵାସ

     ମୁଁ ହିଁ ଜୀବନର ଅଟେ ଶେଷ

    ମୃତ୍ୟୁ ର ବିଭୀଷିକା ମଧ୍ୟେ

     ମୁଁ ହିଁ କରେ ମୋ ଅଟ୍ଟହାସ୍ୟ

   ମୁଁ ମଶାଣି ସମ୍ପୂର୍ଣ୍ଣ ଜୀବଜଗତେ

     ମୁଁ ହିଁ ଶ୍ରେଷ୍ଠ

    ସେ ପାଇଁ ମୁଁ ମଶାଣି

     ପ୍ରତି କ୍ଷଣେ ପ୍ରତି ଅନୁକ୍ଷଣେ

     ମଶାଣି ମୁଁ କରେ ଅଟ୍ଟହାସ୍ୟ।।


    

 


Rate this content
Log in

Similar oriya poem from Abstract