ମନ୍ଦାର
ମନ୍ଦାର
ତୁମେ ସ୍ବର୍ଗ,ମର୍ତ୍ତ୍ଯ ନା ପାତାଳର
ଭାରି ଡଉଲ ଡାଉଲ
ଯେମିତି
ଗୋଟିଏ ଚାଉଳରେ ଗଢା଼।
ମନ୍ଦାର ତୁମର ଲକ୍ଷ୍ଯ ଓ ଉଦ୍ଦେଶ୍ଯ କ'ଣ?
କାହିଁକି ବା ଢଳଢ଼ଳ ହୁଅ ଜୀବନ ନୌକାରେ
ଭାରି ସନ୍ତୋଷ ଓ ଶାନ୍ତିରେ
ଚାହିଁ ରହିଥାଅ ସମର୍ପଣ ଭାବରେ?
ତୁମେ ନିଜକୁ ଚିହ୍ନିଁଛ ନା ମର୍ତ୍ତ୍ଯକୁ?
ଏଠି ସ ସଭିଏଁ
ନୀଚ୍ଚତା ଓ ମଳିନତା
କ୍ଷଣକେ ଦେଖି ଭୋକିଲା ଓଠରେ ଶୋଷି
ଲୁପ୍ତ କରି ଦେବାରେ ଅଦମ୍ଯ କାମନା।
କୁହ !
ପ୍ରଷ୍ଫୁଟିତ ହେବା କ୍ଷଣି ଏତେ
ହସିକି ହସାଅ କାହିଁକି
କାହାର ପାଦତଳେ,ଗଳାରେ ଅଥବା ମୁଣ୍ଡରେ ବି ଚଢୁଛ
ତୁମକୁ ଖିନ୍ନଭିନ୍ନ କଲେ ବି
ତୁମେ ତ ଭାରି କମନୀୟ ଆଉ ଉଦାର ଭାବରେ ଚାହୁଁଛ
ଭୁଲି ଭେଦଭାବ।
ହେ ମନ୍ଦାର !
ତୁମକୁ କୋଟିଏ ପ୍ରଣାମ
ତୁମେ ଏତେ ଭଲ ହେଉଛ କେମିତି
ନର,ପଶୁ,ପକ୍ଷୀ,କୀଟ ଅଥବା ପତଙ୍ଗ କାହିଁକି?
ଦେବତା ବି କାମନାରେ ଭୋଳ
ପାଇବାକୁ,ଚୁମିବାକୁ ଛାତିରେ ଜାବୁଡି଼ ଧରିବାକୁ।
ଏବେ ତ ଡହଡ଼ହ ଖରା
ଅଦିନିଆ ଝାଞ୍ଜି ଓ ବତାସ
ତଥାପି ବି
ମୁଖ ମଣ୍ଡଳଟି ନିଟୋଳ ଓ ତାଜା
ଯେମିତି ସମର୍ପଣ,ଭକ୍ତି ଓ
କାହାକୁ ପ୍ରେମରେ ପ୍ରେମରେ
ହଜେଇ ଦେବାରେ ନିଶା।
