STORYMIRROR

SUKANTA KHANDA

Children

4  

SUKANTA KHANDA

Children

ରଙ୍ଗ ପରବ

ରଙ୍ଗ ପରବ

1 min
162

ରଙ୍ଗ ପରବ
    ସୁକାନ୍ତ ଖଣ୍ଡା
 ଭାଇଚାରା ପାଇଁ ରଙ୍ଗ ପରବ
ବିଶ୍ଵବାସୀଙ୍କର ଅଟେ ଗରବ।୧
ବୁଝୁନେଲା ପୁଅ ହୁରୁଦ ମନେ
ତେଣୁ ସେ ସକାଳେ ରଙ୍ଗ ଧିଆନେ।୨
ବାପା ଓ ମାଆଙ୍କୁ କଲା ପ୍ରଣାମ
 ରଙ୍ଗ ବୋଳି ଦେଲା ଯାହା କରମ।୩
ଘରୁ ବାହାରିଲା ଧରି ରଙ୍ଗକୁ
ବାଟରେ ପାଇଲା ଜଣେ ଲୋକଙ୍କୁ।୫
ଧରମେ ମୁସଲମାନ ସେ ଥିଲା
ଭକତି ଭାବରେ ରଙ୍ଗ ବୋଳିଲା।୬
ହସିଲା ଯେସନେ ଜହ୍ନ ସୂରୁଜ
ଶୁଭହୋଲି କକା ଘେନନ୍ତୁ ଆଜ।୭
 ଦୂରରୁ ଦେଖିଲା ପୁଅର ମାମା
 ପାଖକୁ ଆସିକି ମାଗିଲା କ୍ଷମା।୮
ପୁଅ ପାଇଁ ମୁଣ୍ତ ତାର ନଇଁଲା
 ଫେରାଦ ସ୍ଵାମୀଙ୍କ ପାଖରେ କଲା।୯
ହସିଲେ ଶୁଣି କି ପତ୍ନୀଙ୍କ କଥା
କାହିଁକି ହୁରୁଦ କରଛ ବ୍ୟଥା?୧୦
ହଠାତ୍ କବାଟ ଶଦ୍ଦ ଶୁଭିଲା
କିଏ ସେ ଆସିଛି ଭାବି ଖୋଲିଲା।୧୧
ମୁସଲମାନ ସେ କକା ଦୁଆରେ
ଦେଖି ପତ୍ନୀ ଥରି ଉଠେ ଜୋରରେ।୧୨
ମୁସଲମାନ ସେ କହିଲେ ଧୀରେ
 ମନରୁ ଶଙ୍କାକୁ ଫିଙ୍ଗନ୍ତୁ ଦୂରେ।୧୩
ପୁଅ ବୋଳିଅଛି ମୋ' ଦେହେ ରଙ୍ଗ
 ତାକୁ ବୋଳି ଆଜି ହେବି ମୁଁ ସାଙ୍ଗ।୧୪
ହସିଲେ ସଭିଏଁ ପରସ୍ପରକୁ
କୋଳାକୋଳି ହେଲେ ବୋଳି ରଙ୍ଗକୁ।୧୫
                ***
ଶିକ୍ଷକ
ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children