STORYMIRROR

Bidyutprava Mishra

Inspirational Children

3  

Bidyutprava Mishra

Inspirational Children

ସୁନ୍ଦର ମନ

ସୁନ୍ଦର ମନ

1 min
140


ନୁହେଁ ଚିରନ୍ତନ ଧନ ଯଉବନ

ଆଜି ଅଛି କାଲି ନାହିଁ 

ସୁନ୍ଦର ମନଟି ଯାହାର ରହିଛି

ସବୁଠୁଁ ମହତ ସେହି l


ସୁନ୍ଦର ମନଟି ସବୁରି ଭିତରେ

ସୁନ୍ଦର ପଣିଆ ଦେଖେ 

ଖରାପକୁ କିଛି ଗ୍ରହଣ ନକରି

ସୁନ୍ଦର ଗୁଣକୁ ଲକ୍ଷ୍ୟେ l


ଭୂମି ଠାରୁ ଭୂମା ସୁନ୍ଦର ତା ପାଇଁ

ପ୍ରଭୁଙ୍କୁ ସେ ଭଲ ପାଏ 

ଈଶ୍ୱର ସୃଷ୍ଟିରେ ସବୁ ତ ସୁନ୍ଦର

ଏହି କଥା ବୁଝିଥାଏ l


ସୁନ୍ଦର ମଧୁର ବଚନ ତାହାର

ଆହାକି ମିଷ୍ଟତା ଭରା 

ଲାଗଇ ଯେପରି କୋଇଲିର କୁହୁ 

ସ୍ୱର ତାର ପ୍ରୀତି ଝରା l


ମନ ମଧୁରିମା ଦିଶେ ନାହିଁ ସିନା

ଆଚରଣେ ତାହା ଫୁଟେ 

ମୁହଁରେ ସର୍ବଦା ପବିତ୍ରତା ଭରା

 ହସ ଧାର ଓଠେ ଛୁଟେ l


ପରଦୁଃଖ ଦେଖି ମନଟି ଯାହାର

ସମ ଦୁଃଖୀ ହୋଇଯାଏ 

ହସ୍ତ ପ୍ରସାରିସେ ଦୁଃଖୀ ଲୋକଙ୍କୁ

ସାହାଯ୍ୟ ହାତ ବଢାଏ l


ସମସ୍ତଙ୍କ ପାଇଁ ସମଭାବାପନ୍ନ

କୋମଳ ଦରଦୀ ଭାବ 

ଦେବୋପମ ଗୁଣ ଅଧିକାରୀ ସିଏ

ହୋଇଥିଲେ ବି ମାନବ ll



Rate this content
Log in

Similar oriya poem from Inspirational