STORYMIRROR

Bidyutprava Mishra

Inspirational Others Children

3  

Bidyutprava Mishra

Inspirational Others Children

ସ୍ମୃତି

ସ୍ମୃତି

1 min
151


-ସ୍ମୃତି ତୁମେ,

ଭୋଦୁଅର ବର୍ଷୁକୀ ବାଦଲ

କେବେ ତୁମେ ବର୍ଷାର ପ୍ରାବଲ୍ୟ

ପୁଣି କେବେ ଖରା ତାତି ଆଖି ଝଲ ମଲ ll

ସ୍ମୃତି ତୁମେ,

ଅଦିନିଆ ଅମାନିଆ ଝଡ଼

କେବେ ଲେଉଟାଅ କଡ଼

ହୃଦ ତଳେ ନୀରବରେ କରୁଥାଅ ମାଡ଼ ll

ସ୍ମୃତି ତୁମେ,

ସାଗରରେ ପୁନେଇଁ ଜୁଆର

ମନ ତଳେ ଆସ ବାର ବାର

ସିକ୍ତ କର ଛୁଇଁ ମନ ବେଳା ଭୂମି ତୀର ll

ସ୍ମୃତି ତୁମେ,

ଅନ୍ଧ ଗଳି ପଥ ଭୁଲା ବାଟ

ଅଦୃଶ୍ୟ ସେ ରାସ୍ତା ଘାଟ

ନିର୍ଭୁତ ପ୍ରକୋଷ୍ଠେ ତୁମେ କଂସାର କବାଟ ll

ସ୍ମୃତି ତୁମେ,

ସୂକ୍ଷ୍ମ ଏକ ବୀଣାର ଝଙ୍କାର

ଶୁଭୁଥାଏ ତହିଁ ସାତ ସ୍ୱର

ଚେତନାର ମନ୍ଦ୍ର ଧ୍ୱନି ମନର ଆସର ll

ସ୍ମୃତି ତୁମେ,

ନିଆଁ ର ସେ ମନ ତଳ ଝୁଲ

ଉପରେ ତା ପାଉଁଶ ବହଳ

ଟିକେ ବାତେ କୁହୁଳାଏ ମନର ଜଙ୍ଗଲ ll


ସ୍ମୃତି ତୁମେ,

ଶିଶୁଙ୍କର ଲୁଚକାଳି ଖେଳ

ମିଛେ ଲୁଚି ହେଉଥାଅ ଗେଲ

ଆଉଜି ଯାଅକେବେ ଖୋଜି ମନ କୋଳ ll

ସ୍ମୃତି ତୁମେ

ଦୀର୍ଘ ଶ୍ୱାସ ଅତୀତ ପୃଷ୍ଠାର

କୋହଭରା ସ୍ୱର ଉଚ୍ଛାସର

ତୁମେ ଏକ ସମର୍ପଣ ପୂଜା ନୈବେଦ୍ୟ ର ll

ସ୍ମୃତି ତୁମେ,

ମନ ତଳେ କରୁଛ ନିବାସ

ଦୀର୍ଘ ହେଉ ତୁମର ଆୟୁଷ

ଏମିତି ଆସି ଭରୁଥାଅ ମନରେ ସରସ ll

ସ୍ମୃତି ତୁମେ

ସୁଖ ଦୁଃଖ ମିଶ୍ରିତ ସନ୍ଦେଶ

ସୁଖ ବୁଣେ ମନରେ ହରଷ

ଦୁଃଖ ଦିଏ ପଡି ଉଠି ଚାଲିବା ସାହସ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational