STORYMIRROR

Bidyutprava Mishra

Inspirational Others Children

4  

Bidyutprava Mishra

Inspirational Others Children

ଲୁହ

ଲୁହ

1 min
300


ଆକାଶରେ କଳା ମେଘ ଘୋଟି ଯେହ୍ନେ 

ବର୍ଷା ହୋଇ ଧିରେ ପଡଇ ଝରି,

ମନେ ଉଠେ ଯଦି କୋହ ର ବାଦଲ

ଆଖି ରୁ ବରଷେ ଲୁହର ବାରି ll

ମନର କୋହ କେ ବୁଝୁ କି ନ ବୁଝୁ

ଆଖି ବୁଝିଯାଏ ତାହାରି କଥା,

ଲୁହକୁ ଝରାଇ ଶୀତଳ କରାଏ

ମନ ର କୁହୁଳା ଦାରୁଣ ବ୍ୟଥା ll


କେବେ ଅତି ଖୁସି ଆସିଲେ ଜୀବନେ

ବହୁଦିନ କା'ର ଅପେକ୍ଷା ପରେ,

ମନର ଖୁସି ଟି ପ୍ରକାଶେ ନୟନ

ଝରାଇ ଆନନ୍ଦ ଅଶ୍ରୁ ଭାବରେ l

ନାରୀଟିଏ ସିନା କାନ୍ଦି ଥାଏ ବେଶୀ

ଟିକିଏ ଦୁଃଖକୁ ପାରେନି ସହି,

ପୁରୁଷଙ୍କ ସିନା ଲୁହ କମ୍ ବହେ

ଅଧିକ ଅନ୍ତର ତାଙ୍କ କାନ୍ଦଇ l

ଜୀବଜଗତର ପ୍ରଧାନ ଲକ୍ଷଣ

କାନ୍ଦିବା ହସିବା ପରା ଅଟଇ,

ସମାଜରେ ରହି ଦୁଃଖ ଆସିଯାଏ

କେତେ ଉପାୟରେ ଜୀବନ ଥାଇ l

 ପ୍ରିୟ ଜନଙ୍କର ଦୁଃସମ୍ବାଦ ଶୁଣି

ମନ ଟି ଆମର ହୁଏ ବିକଳ,

ଆଖି ର ଲୁହ ବି ମାପି ପାରେ ନାହିଁ 

ଆର୍ତ୍ତନାଦ କରେ ହୃଦ କେବଳ ll

ମନେ ପଡେ ତାଙ୍କ ସ୍ନେହ ଓ ମମତା  

କାନରେ ଶୁଭଇ କଥା ପଦକ,

କେମିତି ସହିବ ହୃଦ ସେଇ ଦୁଃଖ

ବହିଯାଏ ହୋଇ ଲୁହ ସନ୍ତକ ll


ପ୍ରିୟଜନ ଙ୍କର ଅବହେଳା କେବେ

ମନର ଧୈର୍ଯ୍ୟ ବନ୍ଧ ତୁଟାଏ,

ପଲକ ଲୁଚାଇ ପାରେନା ସେ ଦୁଃଖ

ଆଖିରୁ ଲୁହର ଝର ବୁହାଏ l

ସୁଖ ହେଉ ଅବା ଦୁଃଖ ରେ ହେଉ

ଲୁହ ଟି ଆମର ଜୀବନ ସାଥି,

ଲୁହ ଝରିଗଲେ ବ୍ୟଥା କମିଯାଏ

ମନକୁ ମିଳଇ ଟିକିଏ ଶାନ୍ତି l

ଝରିଯାଏ ଯେବେ ଆଖିରୁ ଲୋତକ

ତୁମ ପାଶେ ମୋର ମନ ଟି ଧାଏଁ,

ଶରଣ ଦେବ ହେ ଚରଣେ ତୁମର

ତୁମ ଠାରୁ ପ୍ରଭୁ ପ୍ରିୟ ବା କିଏ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational