ଛାଇ
ଛାଇ
ଛାଇ ଟି ଆମର ସାଥିଟିଏ ପରି
ପାଖେ ପାଖେ ସଦା ଥାଏ,
ଆଲୋକ ର ବିପରୀତେ ଦିଶିଥାଏ
ଅନ୍ଧାର ରେ ଲୁଚିଯାଏ l
ନୀରବରେ ସିଏ ଆମର କାମକୁ
ଅନୁକରଣ କରଇ,
ହସିଲେ ହସିବ କାନ୍ଦିଲେ କାନ୍ଦିବ
ଅସଲ ମିତ ଟି ସେଇ l
ସବୁ ବନ୍ଧୁ ଦିନେ ଛାଡି ଯିବେ ସିନା
ସେ କେବେ ଛାଡିବ ନାହିଁ,
ମରିଗଲା ପରେ ଆମରି ସହିତ
ଛାଡି ଚାଲିଯିବ ମହୀ l
ଆମେ ଯେତେ ରଙ୍ଗ ଲଗାଇଲେ ମଧ୍ୟ
ଛାଇ ରଙ୍ଗ ସଦା କଳା,
ଶିଖାଏ ଆମକୁ ମିଛ ରଙ୍ଗ ପୁଟ
କାହିଁକି ହେଉଛ ଭଲା l
ଯେତେ ରଙ୍ଗ ଦେହେ ଲଗାଅ ପଛକେ
ସେ ରଙ୍ଗରହିବ ନାହିଁ,
ମରଣର ପରେ ମୁଠାଏ ପାଉଁଶ
ଜଳିଲେ ଶେଷେ ହୁଅଇ l
ଆମରି ଦେହଟି ପଞ୍ଚଭୂତେ ଗଢା
ଅସ୍ବ ଚ୍ଛ ସେତ ଅଟଇ,
ଆଲୋକ ପଡିଲେ ସେଥିପାଇଁ ପରା
ଛାୟା ସୃଷ୍ଟି ହୋଇଥାଇ l
ସୂର୍ଯ୍ୟଆଲୋକରେ ଛାଇ ବଡ଼ ସାନ
ଦେଖା ସଦା ଯାଇଥାଏ,
ସକାଳ ସଞ୍ଜରେ ବଡ଼ ହୁଏ ପୁଣି
ମଧ୍ୟାହ୍ନ ରେ ଛୋଟ ସିଏ l
ଗଛ ଛାଇ କେତେ ଶୀତଳତା ଭରା
ଯାତ୍ରାର କ୍ଳେଶ କୁ ହରେ,
ପିତାମାତା ଆମ ଛାଇ ଦେଉଥାନ୍ତି
ରଖି ହାତ ମଥା ପରେ l
ପାଖେ ପାଖେ ରହି ସବୁ ଦେଖୁଥାଏ
ଛାଇ ଆମପାଶେ ରହି,
କଲା କରମର ସାକ୍ଷୀ ସେହି ଏକା
ଏଭବ ସାଗର ପାଇଁ l
ପଞ୍ଚଭୂତ ର ଏ ଦେହଟି ଆମର
ପଞ୍ଚ ଭୂତେ ମିଶିଯିବ,
ଆତ୍ମା ଅମର ଚିର ସନାତନ
ପ୍ରଭୁ ପାଦେ ଲୀନ ହେବ ll
