ତ୍ରିରଙ୍ଗା
ତ୍ରିରଙ୍ଗା
ଏଇ ତ୍ରିରଙ୍ଗା ଦେଖରେ ଉଡେ ଆନନ୍ଦେ(୨ଥର)
ଶୀର୍ଷ ଶିଖର ହିମାଳୟ ଗିରି ଶୀରେ
ତ୍ରିଗୁଣ ରଞ୍ଜିତ ଶାନ୍ତି,ମୈତ୍ରୀ,ପ୍ରୀତି
ଆମ ଜାତୀୟତା ପୂଣ୍ୟ ସଂସ୍କୃତି
ମଧ୍ୟେ ପ୍ରଗତି ର ଅଶୋକ ଚକ୍ର କୁ ଧରି
ଉଡଇ ଅଧୀରେ ଆକାଶେ ଆହା କି ମୋଦେ
ଏଇ ତ୍ରିରଙ୍ଗା ଦେଖରେ ଉଡେ ଆନନ୍ଦେ ।।
ରାଜ ତନ୍ତ୍ର ଉପନିବେଶ ବାଦର
ପତାକା ତଳେ ମୋ ଭାରତ ବର୍ଷର
ଅନେକ ଆୟୁଷ ଯାଇଅଛି ଵିତି
ମଣିଷ ର ରକ୍ତ ତା ଧନ ସଂପତ୍ତି
ଲୁଣ୍ଠନ କାରିଏ ଲୁଣ୍ଠି ନେଇଛନ୍ତି ସବୁ
ବାନ୍ଧି ଦେଇ ତାଙ୍କ ଚତୁର ପଣିଆ ଛନ୍ଦେ
ଏଇ ତ୍ରିରଙ୍ଗା ଦେଖରେ ଉଡେ ଆନନ୍ଦେ ।।
ପରାଧିନତାର ବେଡି ବାନ୍ଧି ଦେଇ
ଅସହ୍ୟ ଯାତନା ଯନ୍ତ୍ରଣା ଦେଇ
ମୁହଁରୁ ହସକୁ ଛଡାଇ ନେଇ ସେ
ବର୍ବରତା ସୀମା ସରହଦ ଡେଇଁ
ଶାସକ ବିରୁଦ୍ଧେ ଉଡିଲା ଏହି ପତାକା
ଭାରତ ବର୍ଷର ଅମାପ ସହୀଦ୍ ରକ୍ତେ
ଏଇ ତ୍ରିରଙ୍ଗା ଦେଖରେ ଉଡେ ପ୍ରମୋଦେ ।।
ଅର୍ଦ୍ଧ ରାତିରେ ନିଶା ଗରଜଇ
ସେବେଳ ହସିଲା ମୋ ଭାରତ ଭୂଇଁ
ଆନନ୍ଦ ଉତ୍ସବେ ଫାଟି ପଡୁଥିଲା
ନିଶା ଗରଜନ ଆଉ ନ ଶୁଭିଲା
ଧୀରେଧୀରେ ପୂର୍ବ ଆକାଶେ ସିନ୍ଦୁରା ଫାଟି
ନୂତନ ସୂରୁଯ ଉଇଁଲା ଭାରତ ଭାଲେ
ଏଇ ତ୍ରିରଙ୍ଗା ଉଡଇ ଦେଖ ପ୍ରମୋଦେ ।।
ସେହି ଦିନୁ ଏହି ତ୍ରିରଙ୍ଗ ପତାକା
ଭାରତ ର ଜୈତ୍ରୀ ତାର ମହାନତା
ସାଇତି ରଖିଛି ସବୁଦିନ ପାଇଁ
ରଖିଥିବ ଟେକ ସୂର୍ଯ୍ୟ ଚନ୍ଦ୍ର ଯହିଁ
ଯେତେଦିନ ଯାଏ ଉଦେ ହେଉଥିବେ ଏଠି
ଉଡୁଥିବ ଏହି ପତାକା ଅମୀୟ ଛନ୍ଦେ
ଏଇ ତ୍ରିରଙ୍ଗା ଉଡଇ ଦେଖ ପ୍ରମୋଦେ ।।
ଏ ପତାକା ନୁହେଁ ଜାତିର ନିଶାଣ
ଏ ପତାକା ଆମ ଜାତୀୟ ଜୀବନ
ଏ ପତାକା ନୁହେଁ ଯାତୀୟ ପତାକା
ଏ ଅଟେ ଆମର ଗୌରବର ଗାଥା
ପ୍ରତି ଭାରତୀୟ ହୃଦୟ ସ୍ପନ୍ଦନ ଏହି
ତ୍ରିରଙ୍ଗ ପତାକା ଅହିଂସାର କଥା କହେ
ଏଇ ତ୍ରିରଙ୍ଗା ଉଡଇ ଦେଖ ପ୍ରମୋଦେ ।।
ଆକାଶର ବୁକୁ ଚିରି ହିମାଳୟ
ଭେଦି ୟେ ଅଖଣ୍ଡ ଭାରତ ନୀଳୟ
ଏ ପତାକା ଛାଇ ତଳେ ଯେ ମୋହର
ତେଣୁ ଅରାତି କୁ ନାହିଁ ମୋର ଡର
ମହାନ ଭାରତ ଭୂଖଣ୍ଡ ଧରାରେ ଏକା
ଶାନ୍ତି,ମୈତ୍ରୀ,ପ୍ରୀତି ମଳୟ ବହେ ପ୍ରମୋଦେ
ଏଇ ତ୍ରିରଙ୍ଗା ଉଡଇ ଦେଖ ଆନନ୍ଦେ ।।