STORYMIRROR

Prafulla Chandra Mishra

Fantasy

3  

Prafulla Chandra Mishra

Fantasy

ବାହୁଡ଼ା ରଥରେ ନନ୍ଦ ନନ୍ଦନ

ବାହୁଡ଼ା ରଥରେ ନନ୍ଦ ନନ୍ଦନ

1 min
11


ଏତ ନୁହଇଁ ନନ୍ଦ ନନ୍ଦନ,

ଏତ ଜଗନ୍ନାଥ ସ୍ଵଂୟ ପରଂବ୍ରହ୍ମ-

ଅଚଳ ମୂରତି ଦାରୁବ୍ରହ୍ମ, ଏତ ନୁହଇଁ

ଏତ ନୁହଇଁ ନନ୍ଦ ନନ୍ଦନ ।


ଭାଇ ଭଗ୍ନୀ ସଙ୍ଗେ ସୁନ୍ଦରାଚଳକୁ

ଯାଇଥିଲେ ଶ୍ରୀଗୁଣ୍ଡିଚା ଦିନ,

ବାହୁଡ଼ା ବିଜୟ କରୁଛନ୍ତି ପରା

ଦେଖ ଦେଖ ଆରେ ଭକ୍ତ ଜନ,

ନାହିଁ ପୂର୍ନଜନ୍ମ କଲେ ଦରଶନ; ଏତ ନୁହଇଁ

ଏତ ନୁହଇଁ ନନ୍ଦ ନନ୍ଦନ‌ ।


ପାତକି ମାନଙ୍କୁ ଉଦ୍ଧାରିବା ପାଇଁ

ଏହି ଲୀଳା ଯେ ତାର ଅନନ୍ୟ,

ତେଣୁ ତ ପତିତପାବନ ଯାତରା

ଏ ଯାତ୍ରା ର ପରା ଅନ୍ୟ ନାମ;

ରଥେ ଦେଖରେ ଆସି କଳା ବାମନ, ଏତ ନୁହଇଁ

ଏତ ନୁହଇଁ ନନ୍ଦ ନନ୍ଦନ‌।


ବରଷକେ ଥରେ ଜନମ ବେଦୀକୁ

ଆସିବାକୁ କରିଥିଲେ ପଣ,

ଜନମ ବେଦୀରେ କରି ଲୀଳା ଖେଳା

ରହିତ ଗଲେଣି ନଅଦିନ;

ଫେରି ଆସିବେ ଆଜି ସେହି ସୁଦିନ, ଏତ ନୁହଇଁ

ଏତ ନୁହଇଁ ନନ୍ଦ ନନ୍ଦନ‌ ।


ଶ୍ରୀମନ୍ଦିର ଖାଲି ଦେଖି ମହାଲକ୍ଷ୍ମୀ

ଆସିଥିଲେ ଯେ ପଞ୍ଚମୀ ଦିନ,

ରାଗ ଫଣ ଫଣ ଦେଖି ଲକ୍ଷ୍ମୀ ମୁଖ

କଥା ଦେଲେ ପ୍ରଭୁ ନାୟାୟଣ;

ଆଜି ବାହୁଡିବେ ପ୍ରଭୁ ପୂଣ୍ୟ ଦିନ, ଏତ ନୁହଇଁ

ଏତ ନୁହଇଁ ନନ୍ଦ ନନ୍ଦନ‌।


ନୀଳାଚଳ ଖାଲି ଖାଲି ଲାଗେ ଖାଲି

ପଡିଅଛି ରତ୍ନ ସିଂହାସନ

ଆନନ୍ଦ ବଜାର ଖାଆଁ ଖାଆଁ ଲାଗେ

ଫେରିଆସ ପ୍ରଭୁ କଳା ଜହ୍ନ

ବେଗେ ଭେଟ ହେଉ ଲକ୍ଷ୍ମୀ ନାରାୟଣ, ଏତ ନୁହଇଁ

ଏତ ନୁହଇଁ ନନ୍ଦ ନନ୍ଦନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy