Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kadambari Mohakhud

Classics Fantasy Others

3  

Kadambari Mohakhud

Classics Fantasy Others

ନବ କଲ୍ୟାଣୀ

ନବ କଲ୍ୟାଣୀ

1 min
121



ଆଶ୍ୱିନଶୁକ୍ଳେ ତୁମେ ନବରାତ୍ର ନବଗୌରୀ 

ହସ୍ତେ ପ୍ରସ୍ଫୁଟିତ ପଦ୍ମ ହୈମବତୀ ହିମାଳୟଧାରୀ 

ମାର୍କଣ୍ଡେୟ ପୁରାଣରେ ଦେବୀ କବଚ ସୂତ୍ରୀ 

ବୃଷଭଵାହନରେ ବିରାଜ ପ୍ରଥମେ ଶୈଳପୁତ୍ରୀ ।


ଜ୍ୟୋତିର୍ମୟୀ ମା କମଣ୍ଡଳ ଜପାମାଳ ଧାରିଣୀ

ବ୍ରହ୍ମ ଜ୍ଞାନ ପ୍ରଦାୟିନୀ ଆବିର୍ଭୂତ ବ୍ରହ୍ମଚାରୀଣି 

ଶୁଷ୍କବସ୍ତ୍ର ପରିହିତା ଜ୍ୟୋତିବିନ୍ଦୁ ସହାସ୍ୟବଦନୀ 

ଆନନ୍ଦମୟୀ ମା ଦେବୀ ଅହଂକାର ନାଶିନୀ ।


 ଅପୂର୍ବେ ଚନ୍ଦ୍ରଘଣ୍ଟା ଅର୍ଦ୍ଧଚନ୍ଦ୍ର ଆଲୋକିନୀ 

ତ୍ରିନେତ୍ରେ ହସ୍ତେ ଦଶଆୟୁଧ ବଳିୟାନୀ  

 ଉଦାରତା କୁଷ୍ମାଣ୍ଡା ସନ୍ତାନ ତାପହାରିଣୀ

ବୀର ଵାଦ୍ୟମୟୀ ବ୍ରହ୍ମନାଦେ ମାତୃଆବାହନୀ ।


ତପସ୍ୱୀ ଅପର୍ଣ୍ଣା ଶୁଭ୍ରବର୍ଣ୍ଣା ସ୍କନ୍ଦମାତା 

ପଦ୍ମାସନା ତିନିଭୁଜା ଅସୁର ସଂହାରିଣୀ 

ସ୍ଵର୍ଣ୍ଣମୟୀ ସ୍ୱରୂପା ଅସ୍ତ୍ରଧାରୀ ଅଷ୍ଟଭୁଜା 

ବ୍ରଜବାଳା ଭକ୍ତିଦା ମହାମାୟୀ କାତ୍ୟାୟନୀ ।


କଣ୍ଠେ ଜ୍ୟୋତିର୍ମୟୀ ହାର କଷ୍ଟମୁକ୍ତ ଶୁଭଙ୍କରୀ

ଯୋଗନିଦ୍ରା କାଳରାତ୍ରୀ ଚତୁର୍ଭୁଜା କୁଣ୍ଡଳିନୀ 

ମହାଦେବ ବିଦ୍ୟୁତକାନ୍ତି ଆଭୂଷଣ ଶ୍ଵେତାଙ୍ଗିନୀ

ମହାଗୌରୀ ଶାନ୍ତମୂର୍ତ୍ତି ନିମଗ୍ନl ସୋହାଗିନୀ ।


ତୁମେ ଅଷ୍ଟ ସିଦ୍ଧିଦାତ୍ରୀ ଆଶିଷ ପ୍ରଦାୟିନୀ 

ଅର୍ଜୁନଙ୍କ ଜୟଲାଭେ ଦୁର୍ଗାରୂପେ ପୂଜୟିନୀ 

ମର୍ତ୍ତେ ଦଶଭୁଜା କଲ୍ୟାଣୀ ସିଂହବାହିନୀ

ଶକ୍ତିମୟୀ ଧରାଧାମେ ନବ ଜଗତ ଜନନୀ ।


ତୁମେ ଧରାଧାମେ ଶକ୍ତିମୟୀ ଜନନୀ ।


Rate this content
Log in

Similar oriya poem from Classics