STORYMIRROR

Kartik chandra panda

Classics

4  

Kartik chandra panda

Classics

ଶ୍ରୀରାଧାଙ୍କ ଖେଦ

ଶ୍ରୀରାଧାଙ୍କ ଖେଦ

1 min
4


ନବ ଘନ କାନ୍ତି     ସୁନ୍ଦର ମୂରତି 

   ଦେଖି ଲାଖି ଯାଏ ଆଖିରେ

କେମନ୍ତେ ତା ବିନା   ବଞ୍ଚି ମୁଁ ପାରିବି

   ଝୁରୁଛି ମୁଁ ଦିନ ରାତିରେ

      ସାଥିରେ

    ଦେଖିବାକୁ ଶ୍ୟାମ ଘନ କୁ

 ମନ ମୋ ଆକୁଳ ହେଉଛି ବିକଳ

    ଏକଥା କହିବି କାହାକୁ

 କାହ୍ନୁ ପାଇଁ ଲାଜ   ସରମ ଛାଡ଼ିଲି

    ନିନ୍ଦା ଅପବାଦ ସହିଲି

 ଛାଡି ସବୁ କାର୍ଯ୍ୟ   ଯମୁନା କୂଳକୁ

    ନିରନ୍ତରେ ମୁହିଁ ଧାଇଁଲି

       ସଜନୀ

    କୃଷ୍ଣ ପ୍ରେମ ବାୟା କଲାଣି 

 ତାଙ୍କ ବଂଶୀ ସ୍ଵନ   ଶୁଣିଲେ ମୋ ମନ

    ବାୟାଣୀ ସଦୃଶ ହେଲିଣି

 କନ୍ଦରପ ଜିଣା    ରୂପ ମନ କିଣା

   ଠାଣି ଦେଖି ମନ ଅଧିର

 ମୁରୁଛି ପାରୁନି   ନୟନ ରେ ମୋର 

    ନାଚୁଛି ତା ରଙ୍ଗ ଅଧର

       ମିତଣୀ

    ଶ୍ୟାମ ଘନ ନୀଳ ମଣି କୁ

  ନ ପାଇଲେ ସତେ   ସତ ମୁଁ କହୁଛି

   ହାରୀ ଦେବି ଏ ଜୀବନକୁ ।।

   


Rate this content
Log in

Similar oriya poem from Classics