STORYMIRROR

Kartik chandra panda

Classics

4  

Kartik chandra panda

Classics

ଶ୍ରୀରାଧାଙ୍କ ଖେଦ

ଶ୍ରୀରାଧାଙ୍କ ଖେଦ

1 min
13


ନବ ଘନ କାନ୍ତି     ସୁନ୍ଦର ମୂରତି 

   ଦେଖି ଲାଖି ଯାଏ ଆଖିରେ

କେମନ୍ତେ ତା ବିନା   ବଞ୍ଚି ମୁଁ ପାରିବି

   ଝୁରୁଛି ମୁଁ ଦିନ ରାତିରେ

      ସାଥିରେ

    ଦେଖିବାକୁ ଶ୍ୟାମ ଘନ କୁ

 ମନ ମୋ ଆକୁଳ ହେଉଛି ବିକଳ

    ଏକଥା କହିବି କାହାକୁ

 କାହ୍ନୁ ପାଇଁ ଲାଜ   ସରମ ଛାଡ଼ିଲି

    ନିନ୍ଦା ଅପବାଦ ସହିଲି

 ଛାଡି ସବୁ କାର୍ଯ୍ୟ   ଯମୁନା କୂଳକୁ

    ନିରନ୍ତରେ ମୁହିଁ ଧାଇଁଲି

       ସଜନୀ

    କୃଷ୍ଣ ପ୍ରେମ ବାୟା କଲାଣି 

 ତାଙ୍କ ବଂଶୀ ସ୍ଵନ   ଶୁଣିଲେ ମୋ ମନ

    ବାୟାଣୀ ସଦୃଶ ହେଲିଣି

 କନ୍ଦରପ ଜିଣା    ରୂପ ମନ କିଣା

   ଠାଣି ଦେଖି ମନ ଅଧିର

 ମୁରୁଛି ପାରୁନି   ନୟନ ରେ ମୋର 

    ନାଚୁଛି ତା ରଙ୍ଗ ଅଧର

       ମିତଣୀ

    ଶ୍ୟାମ ଘନ ନୀଳ ମଣି କୁ

  ନ ପାଇଲେ ସତେ   ସତ ମୁଁ କହୁଛି

   ହାରୀ ଦେବି ଏ ଜୀବନକୁ ।।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics