ଓଡ଼ିଶାର ବଡ଼ ପର୍ବ ରଜ
ଓଡ଼ିଶାର ବଡ଼ ପର୍ବ ରଜ
ମୌସୁମୀ ରାଣୀର ପ୍ରଥମ ପରଶ
ପାଇ ହସେ ରଜ ପର୍ବ
ଓଡ଼ିଶାର ବଡ଼ ପର୍ବ ଅଟେ ଏହି
ସଂସ୍କୃତି ଓ ଗଉରବ ।
ଶୁଷ୍କ ବୃକ୍ଷ ରାଜି ପଲ୍ଲବିତ ହୁଏ
ଆନନ୍ଦ ହୁଏ ଧରିତ୍ରୀ
ବରଷକେ ଥରେ ବିଶ୍ରାମ ମିଳିବ
ମନରେ ଅପୂର୍ବ ଶାନ୍ତି ।
କୃଷି ପ୍ରଧାନ ମୋ ଓଡିଶା ଭୂଇଁ ଟି
ପୃଥିବୀ କୁ ମାତା ମାନି
ତିନିଦିନ ତାକୁ ଦିଅନ୍ତି ବିଶ୍ରାମ
ଚାରିଦିନେ ପୂଜା ପୁଣି ।
ଝିଅ ବୋହୁ ଙ୍କର ମନ ଖୁସି ହୁଏ
କରନ୍ତିନି କିଛି କାମ
ନୂଆ ପୋଷାକରେ ସଜ୍ଜିତ ହୁଅନ୍ତି
ସରଗ ପରି ସମାନ ।
ପୋଡ଼ ପିଠା ଖାଇ ଖେଳିଥାନ୍ତି ଦୋଳି
ସୁମଧୁର ଗୀତ ଗାଇ
ରଜ ପାନ ବଡ଼ ସ୍ୱାଦିଷ୍ଟ ଅଟଇ
ମନ ନେଇଥାଏ ମୋହି ।
ସମସ୍ତଙ୍କ ଘରେ ପିଠା, ମିଠା, ଆମ୍ବ
ପଣସ ଓ ରଜ ପାନ
ଝିଅ ମାନେ ସବୁ ଆନନ୍ଦେ ଖାଆନ୍ତି
ସାଙ୍ଗ ଓ ସାଥି ହୋଇଣ ।
କୃଷକ, ଶ୍ରମିକ ସହ ସବୁଲୋକ
ଖେଳନ୍ତି ପଶା ତାଆସ
କବାଡି, ବାଗୁଡ଼ି ଖେଳ ହୋଇଥାଏ
ସଭିଙ୍କ ମନ ହରଷ ।
ବନ୍ଧୁ ବାନ୍ଧବ ମାନେ ଆସନ୍ତି ବୁଲି
ଲାଗଇ ଯେ ଆନନ୍ଦିତ
ପ୍ରଥମ ବରଷେ ଝିଅର ଘରକୁ
ରଜ ଭାର ଯାଏ ବହୁତ ।
ନୂଆ ଲୁଗା ସଙ୍ଗେ ଆମ୍ବ, ପଣସ ଓ
କଦଳୀ, ନଡ଼ିଆ, ମିଠା
ବନ୍ଧୁ, ବାନ୍ଧବ ଓ ଗାଆଁ ମାନଙ୍କରେ
ହୋଇଥାଏ ବଣ୍ଟା କୁଣ୍ଟା ।
ପ୍ରଥମରଜ ଓ ରଜ ସଙ୍କରାନ୍ତି
ତା ପରେ ଭୂମି ଦହନ
ଚାରିଦିନେ ହୁଏ ବସୁମତୀ ସ୍ନାନ
ରଜ ସରିଯାଏ ଜାଣ ।
ଜଗନ୍ନାଥ ଦେଶ ଓଡିଶା ରେ ହୁଏ
ବାର ମାସେ ତେର ପର୍ବ
ଓଡ଼ିଆ ଜାତିର ଗର୍ବ ଗଉରବ
ଅଟଇ ରଜ ପରବ ।।
