Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ଅହଲ୍ୟା ଅପରାଜିତା

ଅହଲ୍ୟା ଅପରାଜିତା

2 mins
12



ଅହଲ୍ୟା ଦ୍ରୌପଦୀ ତାରା ସହ କୁନ୍ତୀ

ମନ୍ଦୋଦରୀ ଉଚ୍ଚାରଣ

ନିତ୍ୟ ପ୍ରାତଃ ପଞ୍ଚ କନ୍ୟା ସ୍ମରଣରେ 

ପାପ ହୁଅଇ ଖଣ୍ଡନ

ହିନ୍ଦୁ ପରମ୍ପରା ତଥା ପୌରାଣିକ

ତଥ୍ୟ ମାନ୍ୟତା ସମ୍ପ୍ରତି

ପଞ୍ଚ ସତୀ ମଧ୍ୟେ ଅହଲ୍ୟା ଚୟନ

ପ୍ରାତଃ ସ୍ମରଣୀୟ ନିତି

ଇନ୍ଦ୍ରିୟ ଲାଳସା ଚରିତାର୍ଥ ଅର୍ଥେ

ଘଟିଛି ବହୁ ଘଟଣା

ଅପୂର୍ବ ସୁନ୍ଦରୀ ଅହଲ୍ୟା ଚରିତ୍ର

ତନ୍ମଧ୍ୟରୁ ଜଣା ଶୁଣା

ରାମାୟଣ ସହ ଜଡ଼ିତ ରହିଛି

ନାରୀ ଅହଲ୍ୟା ଚରିତ୍ର

ଅଜ୍ଞାତ ରେ ପାପ ପାଇଁ ଅଭିଶାପ

ମୁକ୍ତି ପଥ ବି ଏକତ୍ର


ସ୍ଵୟଂ ସୃଷ୍ଟି କର୍ତ୍ତା ବ୍ରହ୍ମା ଗଢି ଥିଲେ

ସବୁଠୁ ସୁନ୍ଦରୀ ନାରୀ

ଅହଲ୍ୟା ନାମରେ ଥିଲା ପରିଚୟ

ସୁନ୍ଦରୀ ଗଣେ ସୁନ୍ଦରୀ

ଯୌବନରେ ଯେବେ ହେଲା ଉପନୀତ

ଦେବଗଣ ବିମୋହିତ

ବିବାହ ଵନ୍ଧନେ ଛନ୍ଦି ହେବା ପାଇଁ

ବ୍ରହ୍ମା ରଖିଥିଲେ ସର୍ତ୍ତ

ପ୍ରଥମରେ ତ୍ରିଲୋକ ପରିଭ୍ରମଣ

ଯା' ଦ୍ଵାରା ହେବ ସମ୍ଭବ

ବିଜୟୀ ପ୍ରାର୍ଥୀଙ୍କୁ ବରଣ ର ମାଳା

ଅହଲ୍ୟା ହିଁ ପିନ୍ଧାଇବ

ଦେବରାଜ ଇନ୍ଦ୍ର ନିଜ ଶକ୍ତି ବଳେ

କରିଲେ ପରିଭ୍ରମଣ

ନାରଦଙ୍କ ତଥ୍ୟ ଅନୁଯାୟୀ

ଗୌତମ ଋଷି ଚୟନ

ଗୋମାତା ପ୍ରସବ ଦେଉଥିଲା ବେଳେ

ଋଷିଙ୍କ ପରିକ୍ରମଣ

ବେଦ ଅନୁଯାୟୀ ମାନ୍ୟତା ହୋଇଲା

ତ୍ରିଲୋକ ସହ ସମାନ

ଅତ୍ରି ୠଷି ପୁତ୍ର ଗୌତମ ସହିତ

ଅହଲ୍ୟା କଲେ ବିବାହ

ଇନ୍ଦ୍ରଦେବ ମନରେ ଲୁଚି ରହିଲା

ଅହଲ୍ୟା ଯୌବନ ମୋହ

ସମ୍ଭୋଗ ଲାଳସା ଇନ୍ଦ୍ରଙ୍କ ମନରେ

ପ୍ରାୟ ବାନ୍ଧି-ଥିଲା ବସା

ସୁଯୋଗ ଅପେକ୍ଷାରେ ଥିଲା ମନ

ହୃଦେ କାମନାର ତୃଷା


ଯୋଜନା ସଫଳ ହେବା ଉଦ୍ଦେଶ୍ୟରେ

ଇନ୍ଦ୍ର ଚନ୍ଦ୍ରଙ୍କୁ କହିଲେ

ରାତ୍ର ଥାଉ ଥାଉ କିଛି କ୍ଷଣ ଲୁଚି

ରହି ଯାଅ ଜାଣି ଭଲେ

ରାତ୍ରୀ ଥାଉ ଚନ୍ଦ୍ରଦେବ ଲୁଚିଗଲେ

ଭ୍ରମ ସୃଷ୍ଟି ପ୍ରଭାତ ର

ଋଷି ଗୌତମଙ୍କ ଶଯ୍ୟା ତ୍ୟାଗ କ୍ରମେ

କୁଟୀର ଦ୍ୱାରୁ ବାହାର

ବାହାରିଲେ ୠଷି ସ୍ନାନ ଶୌଚ ଅର୍ଥେ

ଅହଲ୍ୟା ଥିଲେ କୁଟୀରେ

ସ୍ଵୟଂ ଇନ୍ଦ୍ର ଗୌତମଙ୍କ ଛଦ୍ମ ବେଶେ

ପ୍ରବେଶିଲେ ଆଶ୍ରମରେ

ସ୍ବାମୀଙ୍କ ଆଗମନରେ ଅହଲ୍ୟା

ପଚାରିଲେ ଅଭିପ୍ରାୟ

ଛଦ୍ମବେଶୀ ଇନ୍ଦ୍ର କହିଲେ ବୁଝାଇ

କାମନା ହେଲା ପ୍ରତ୍ୟୟ

ନିରୀହ ଅହଲ୍ୟା ନ ବୁଝି କପଟ

ପୂର୍ଣ୍ଣ ସହଯୋଗ କଲେ

ଗୌତମ ରୂପୀ ଦେବରାଜ ସହିତ

ରତି କ୍ରୀଡା ରେ ମାତିଲେ 


ଭ୍ରମ ଦୂର ହେଲା ଚନ୍ଦ୍ର ପ୍ରକଟ ରେ

ଋଷି କୁଟୀରେ ଫେରିଲେ 

ସ୍ବଚକ୍ଷୁରେ ଦେଖିଥିଲେ ବ୍ୟଭିଚାର

କ୍ରୋଧେ ଅଭିଶାପ ଦେଲେ

ଇନ୍ଦ୍ରଙ୍କୁ ସହସ୍ର ଯୋନି ହେବା ଶାପ

ଅହଲ୍ୟା ହେବ ପାଷାଣ

ଋଷିଙ୍କର ଅକାଟ୍ୟ ବଚନ ହେଲା

ଫଳ ପ୍ରଦ ପର କ୍ଷଣ

ନିରୀହ ଅହଲ୍ୟା ବଖାଣିଲା ସତ 

ମୁକ୍ତି ପ୍ରାର୍ଥନା କରିଲା

ପାଷାଣ ଶାପ ରୁ ମୁକ୍ତି ପ୍ରାପ୍ତି ପାଇଁ

ଉପାୟ ଭିକ୍ଷା କରିଲା

ଶ୍ରୀରାମଙ୍କ ପାଦ ସ୍ପର୍ଶ ପରେ ନିଶ୍ଚେ

ହେବ ଅହଲ୍ୟା ଉଦ୍ଧାର

ଶାପ ଗ୍ରସ୍ତ ହୋଇ ରହିବାକୁ ହେବ

ନାହିଁ ଅନ୍ୟ ପ୍ରତିକାର


ସତସଙ୍ଗ ଗୁରୁ ଆଦେଶ ପାଳନ

ପ୍ରଭୁ ପ୍ରତି ଭକ୍ତି ବଳେ

ଶ୍ରୀରାମଙ୍କ ଅବତାର ଦର୍ଶାଇଛି

ଅହଲ୍ୟା ଉଦ୍ଧାର ଆଳେ

ବିଶ୍ଵାମିତ୍ରଙ୍କର ଆଦେଶ ପାଳନ

ଶ୍ରୀରାମଙ୍କ ଗୁରୁ ଭକ୍ତି

ପଥରେ ପଥର ଥିବା ଅହଲ୍ୟା ର

ହେବ ନିଶ୍ଚେ ଶାପ ମୁକ୍ତି

ଅହଲ୍ୟା ଆଦୌ ନ ଥିଲା ସାମର୍ଥ୍ୟ

ଶ୍ରୀରାମ ପାଦ ଛୁଇଁବା

ଜଡ ଅବସ୍ଥାରେ ପଡ଼ି ରହିଥିଲେ

ଥୟ ପ୍ରଭୁ ପହଞ୍ଚିବା

ଇନ୍ଦ୍ରିୟ ସୁଖ ରୋଗୀ ଥିଲେ ଅହଲ୍ୟା

କିନ୍ତୁ ଥିଲେ ପ୍ରଭୁ ଭକ୍ତ

ଭକ୍ତି ବଳେ ଶ୍ରୀରାମଙ୍କ ପାଦ ସ୍ପର୍ଶେ

ଅହଲ୍ୟା ର ଶାପ ମୁକ୍ତ

ଭକ୍ତି ବଳେ ଅପରାଜିତା ଅହଲ୍ୟା

ସତୀ ରୂପେ ହେଲେ ଗଣା

ନାରୀ ଯୌବନର ଆକର୍ଷଣ ମୋହ

ବାଟବଣା ର ଘଟଣା


ଅହଲ୍ୟା ରୂପରେ ଚଳନ୍ତି ସମାଜେ

ପାଷାଣ ରୂପରେ ନାରୀ

ନିର୍ଯାତନା ଦୁଷ୍କର୍ମ ଓ ବ୍ୟଭିଚାର

ନାରୀ ନାମେ ସର୍ବୋପରି

ଋଷି ରୂପୀ ଇନ୍ଦ୍ର ମାଳ ମାଳ ଏଠି

ଅହଲ୍ୟା ସେହି କ୍ରମରେ

ଇନ୍ଦ୍ରିୟ ଲାଳସା ର କ୍ଷଣିକ ସୁଖ

ଚିନ୍ତା ନ ରହୁ ହୃଦରେ ।।


Rate this content
Log in

Similar oriya poem from Abstract