STORYMIRROR

Pratima Satpathy

Classics

4  

Pratima Satpathy

Classics

ଘର ଚଟିଆ।

ଘର ଚଟିଆ।

1 min
409


ଘରର ଚାଳରେ ବସା କରି ରହେ 

   ଘର ଚଟିଆ ଚଢ଼େଇ 

ଗାଆଁରେ ତ ଆଉ ନାହିଁ ଚାଳଘର 

    ସେ ଦେଖା ଯାଆନ୍ତି ନାହିଁ।

 ଛୋଟ ବେଳେ ଆମ ଦାଣ୍ଡଘର ଚାଳେ 

     ଘରଚଟିଆ ଚଢ଼େଇ 

ବସା କରି ରହୁଥିଲେ ଆନନ୍ଦରେ 

    କିଚିରି ମିଚିରି ହୋଇ।

ଏବେ କୋଠା ଘର ,ନାହିଁ ଚାଳ ଘର 

    ନାହାନ୍ତି ଘର ଚଟିଆ 

କିଚିରି ମିଚିରି ଶବ୍ଦ ଶୁଭୁନାହିଁ 

   ନିଶୁନ ଲାଗଇ ଗାଆଁ।

କୁନି କୁନି ଥଣ୍ଟ ରେ ଆହାର ଖାଇ 

     ଉଡି ବୁଲନ୍ତି ଆକାଶେ 

ଟିକି ଟିକି ପର ମେଲାଇ ଉଡ଼ନ୍ତି 

     ଅତ୍ୟନ୍ତ ସୁନ୍ଦର ଦିଶେ।

ଛୋଟ ହେଲେ ଘର ଚଟିଆ ଚଢ଼େଇ 

    ଲାଗେ ବହୁତ ସୁନ୍ଦର 

ଯେତେବେଳେ ଖେଳିଥାନ୍ତି ଅଗଣାରେ 

     କରନ୍ତି ଶବ୍ଦ ମଧୁର।

ଘରେ ରହେ ବୋଲି ଚଢ଼େଇ ଟି ନାମ 

     ଘର ଚଟିଆ ହୋଇଛି 

ସେ ଥିଲେ ଚାଳରେ ଉଇ ଲାଗେ ନାହିଁ 

    ଆଗକା ଲୋକ କହନ୍ତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics