STORYMIRROR

Pratima Satpathy

Others

3  

Pratima Satpathy

Others

କବିତା ଶୀର୍ଷକ, ହୃଦୟ କାହିଁକି କାନ୍ଦେ

କବିତା ଶୀର୍ଷକ, ହୃଦୟ କାହିଁକି କାନ୍ଦେ

1 min
26

ପ୍ରତିମା ଶତପଥି,, ଜିଲ୍ଲା,, ଯାଜପୁର।
କବିତା ଶୀର୍ଷକ, ହୃଦୟ କାହିଁକି କାନ୍ଦେ।
     ରାଗ,,, ସଙ୍କରାଭରଣ।
ହୃଦୟ ଦେଇ ଯାହାକୁ ଭଲ ପାଉଥିବ
ସେହି ଲୋକ ଯଦି ପ୍ରତାରକ ସାଜିଯିବ 
        ହୃଦୟଟି ଭାଙ୍ଗି ଯାଇ 
ଅବିରତ ଅଶ୍ରୁଧାର ବହି ଚାଲିଥାଇ।
ପ୍ରିୟ ବନ୍ଧୁ ଯେବେ ବିଶ୍ୱାସରେ ଦିଏ ବିଷ 
ହୃଦୟ କାନ୍ଦଇ ରହିଯାଏ ଅବସୋସ 
         ପୁର୍ବସ୍ମୃତି ମନେ ପଡ଼େ 
ଅତୀତ ଭଲ ପାଇବା ମନେ ଉଙ୍କି ମାରେ।
ପିତା ମାତାଙ୍କୁ ସନ୍ତାନ କଲେ ହତାଦର 
ସବୁବେଳେ କାନ୍ଦିଥାଏ ହୃଦୟ ତାଙ୍କର 
        ଜନ୍ମବେଳର ଆନନ୍ଦ 
ବୃଦ୍ଧ କାଳେ ଭରିଦିଏ ମନରେ ବିଷାଦ।
ଅକାଳ ବିୟୋଗ ଯେବେ ସନ୍ତାନଙ୍କ ହୁଏ 
ମୃତ୍ୟୁ ଯାଏଁ ପିତା ମାତାଙ୍କର ଲୁହ ବହେ 
         ପୂର୍ବର ଅଭୁଲା ସ୍ମୃତି 
ଆଖିରେ ଲୋତକ ଭରେ ମନରେ ଅଶାନ୍ତି।
ଭାଙ୍ଗି ଯାଇ ହୃଦୟ ହୁଅଇ ଖଣ୍ଡ ଖଣ୍ଡ 
ଯେତେଦିନ ପ୍ରାଣ ରହିଥିବ ତାଙ୍କ ପିଣ୍ଡ 
       ହୃଦୟ ଟି କାନ୍ଦୁଥିବ 
ଦୁଃଖ ରେ ଆଖିରୁ ସଦା ଲୁହ ଝରୁ ଥିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍