STORYMIRROR

Pratima Satpathy

Classics

4  

Pratima Satpathy

Classics

ଶାଶ୍ବତ ପ୍ରେମ

ଶାଶ୍ବତ ପ୍ରେମ

1 min
301


ଦୁଇଟି ମନର ମିଳନରୁ ଜନ୍ମ 

    ହୋଇଥାଏ ଏହି ପ୍ରେମ

ପରମ ପବିତ୍ର ଶାଶ୍ଵତ ଏ ପ୍ରେମ

    ରୂପ ଗୁଣେ ଅନୁପମ।

କାୟା ପାଶେ ଛାୟା ରହିଥାଏ ସିନା 

     ଜୀବନର ଅନ୍ତଯାଏଁ 

ଶାଶ୍ବତ ପବିତ୍ର ପ୍ରେମର ମହିମା 

     ଯୁଗେ ଯୁଗେ ରହୁଥାଏ 

ରାଧା କୃଷ୍ଣଙ୍କର ଅନାବିଳ ପ୍ରେମ 

    ଯିଏ ରାଧା ସେହି କୃଷ୍ଣ

କାମନା ବାସନା ଜାଗେ ନାହିଁ ମନେ 

     ପ୍ରେମରେ ହୋଇ ଅତିଷ୍ଠ।

ବାତ୍ସଲ୍ୟ ପ୍ରେମରେ ନନ୍ଦ ଯଶୋମତୀ 

    କହ୍ନାଇ ପାଇଁ ଅଧିର 

ଭାଈ ଭଉଣୀର ସ୍ନେହ ଶ୍ରଦ୍ଧା ପ୍ରେମ 

     ଅଟଇ ଚୀର ଅମର।

ସ୍ବାର୍ଥାନ୍ଧ କାମାନ୍ଧ ଅଟେ ଯେଉଁ ପ୍ରେମ

     ରହେ ନାହିଁ ଚୀର ସ୍ଥାୟୀ 

କାମନା ପୂରଣ ହୋଇଗଲେ ସିଏ 

     ଯାଇଥାଆନ୍ତି ଦୂରେଇ।

ଅଢେଇ ଅକ୍ଷର ଅଟେ ଏହି ପ୍ରେମ 

      ବହୁତ୍ ତାର ପ୍ରଭାବ 

ଦେହର ମିଳନ କ୍ଷଣିକ ସୁଖରେ 

    ଦେଇଥାଏ ପରାଭବ।

କଳଙ୍କର ଟୀକା ପିନ୍ଧଇ ପ୍ରେମିକା 

    ପାଇଥାଏ ଅପବାଦ 

ଦୁନିଆଁ ଦାଣ୍ଡରେ ଚାଲିବା ତା ପାଇଁ 

    ହୋଇଥାଏ କଷ୍ଟ ସାଧ୍ୟ।

ଦେହର ଭୋକକୁ ମେଣ୍ଟାଇବା ଲୋକ 

     କରେ ନାହିଁ କେବେ ପ୍ରେମ

ପ୍ରକୃତରେ ଦୁଇ ହୃଦୟ ମିଳନ

      ପରମ ପବିତ୍ର ପ୍ରେମ।

ପ୍ରେମରେ ଡୋରୀରେ ବନ୍ଧା ଏ ଜୀବନ 

      ଚାନ୍ଦ ଓ ନୀଳ କାଇଁ ର 

ସୂର୍ଯ୍ୟଙ୍କର ସହ ପଦୁଅଁ ରାଣୀର 

    ଛୁଟେ ପ୍ରେମରେ ଜୁଆର।

ଦୂରେ ଥିଲେ ମଧ୍ୟ ଅଭେଦ ପିରତି 

    ହ୍ରୁଦୟ ଭିତରେ ଥାଏ 

ଚୀର ଦିନ ପାଇଁ ଅତୁଟ ବନ୍ଧନ 

     ସ୍ମୃତି ହୋଇ ରହିଥାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics