STORYMIRROR

Prasant Nath

Classics

4  

Prasant Nath

Classics

ଶ୍ରଵଣ କୁମାର

ଶ୍ରଵଣ କୁମାର

1 min
226


ପିତୃ ମାତୃ ଭକ୍ତ ଥିଲା ତ ଶ୍ରବଣ

   ତ୍ରେତୟା ଯୁଗରେ ଜାଣ

ଅନ୍ଧ ପିତାମାତା ସେବା କରୁଥିଲା

   ଦେଇ ତା'ର ମନ ପ୍ରାଣ। 


ଖୁସି ହେଇ ପିତା ମାତା ଯେ କୁମରେ

  ଦିଅନ୍ତି ଆଶିଷ ତୋଳି

ତାଙ୍କରି ସେବାରେ ଶ୍ରବଣ ଉତ୍ସର୍ଗ

   ଜୀଵନ ଦେଇଛି ଢାଳି। 


ସକାଳରୁ ସଂଞ୍ଜ ସେଵାରେ ସେ ରତ

  ପିତା ମାତା ଖୁସି ପାଇଁ

ଜାଗ୍ରତେ ଶୟନେ ସର୍ବଦା ଜାଗ୍ରତ

   ପ୍ରହରୀ ପରାଏ ଚାହିଁ। 


ପୂଜା ପାଇଁ ଫୁଲ ଫଳ ଆଣି ଦିଏ

   ପାଲଟା ଵସନ ଧୋଏ

ହାତରେ ପାକାଇ ଖିଆଏ ବ୍ୟଞ୍ଜନ

  ଶ୍ରଦ୍ଧା ଭକତିରେ ଥାଏ। 


ବେଳୁ ବେଳ ପିତା ମାତା ଵୃଦ୍ଧ ହେଲେ

  ବଳିଲା ତାଙ୍କର ଇଚ୍ଛା

ତୀର୍ଥ କରିବାକୁ ନିଏ ହେ କୁମାର

   ପୂରାଅ ଆମ୍ଭର ଆଶା। 


କାନ୍ଧେ ଵୁହାଇଲା ପିତା ମାତାଙ୍କୁ ସେ

   ତୀର୍ଥ କରିବାର ପାଇଁ

କେତେ ଵନ ଗିରି ଅତି କ୍ରମ କରି

  ଦେଖାଇଲା ତୀର୍ଥ ଚାହିଁ। 


ତା ପରି କୁମର ଜଗତେ ଵିରଳ

   ଜନ୍ମି ନାହିଁ କେଉଁ ଜନ

ପିତୃ ଭକ୍ତ ସେହି ଶ୍ରଵଣ ଚରଣେ

   ସଦା ଥାଉ ମୋର ମନ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics