STORYMIRROR

Prasant Nath

Others

3  

Prasant Nath

Others

ଆଜିର ନାରୀ

ଆଜିର ନାରୀ

1 min
178

ପତି ଦେଵ ପତି ପରମ ଵାନ୍ଧବ

 ଭୁଲିଛି ଆଜିର ନାରୀ

ମାନ ଇଜ୍ଜତକୁ ହାରିଦେଉ ଅଛି

  ମୋବାଇଲ୍ ହାତେ ଧରି। 


ଭୁଲି ଯାଉଛି ସେ ସଂସ୍କାର ସଭ୍ୟତା

  ନାରୀର ମର୍ଯ୍ୟାଦା ଗାଥା

ଲଜ୍ଜ୍ୟା ଓଢଣୀକୁ କାଢିଣ ଦେଇ ସେ

  ଦାଣ୍ଡରେ ହେଉଛି କଥା। 


ଶଙ୍ଖା ସିନ୍ଦୂରକୁ ପାଇ ଗଲେ ଥରେ

  ଭାବଇ ବିଶ୍ଵ ମାନ୍ୟତା

ବଡ଼ ସାନ ଆଉ ମାନୁନାହିଁ କିଛି

 ଥାଉ ଶଶୁର କି ପିତା। 


ସ୍ଵୟଂ ସମ୍ପୂର୍ଣ୍ଣା ସେ ହୋଇଅଛି ଵୋଲି

  ଭୁଲୁଛି ନାରୀ ସଭ୍ୟତା

ମନମାନି ସଵୁ କରୁ ଅଛି କାର୍ଯ୍ୟ

 ଭାବୁଛି ସ୍ଵୟଂ ବିଧାତା। 


ଭୁଲି ଯାଉଅଛି ଗୃହ କର୍ମ ମାନ

 ଶାଶୁକୁ ଵତାଇ ଖଟା

ଚାରିକାନ୍ଥେ ଆଉ ନାହିଁ ତ ଆବୋଧ

  ଅଙ୍ଗ ବସ୍ତ୍ର ଚିରା ଫଟା। 


ଶାଶୁ ଶଶୁରଙ୍କ ସେଵା କରେ ନାହିଁ

  ଛୁଆର ନିଏନି ଯତ୍ନ

ଗୃହ କାମ ଯଦି କରିବ ସେ ବସି

  ହେଇଯିଵ ସେ ମଳିନ। 


ଚୁଲିରେ ରୋଷେଇ କରୁନି ଏ ନାରୀ

  କାଳି ହେଇ ଯିଵ ରାଣୀ

ଆଜିର ନାରୀ ଏ ଶିକ୍ଷିତା ମାର୍ଜିତା

 କରୁଛି ବର୍ଜିତା ଠାଣି।  


ପତି ଥାଉ ଥାଉ ବନ୍ଧୁଟିଏ ଲୋଡା

  ମୁଖ ପତ୍ରିକାରେ ଖୋଜି

କାମ ଧନ୍ଦା ସବୁ ପଛକୁ ପକାଇ

  ମୋବାଇଲେ ଯାଏ ହଜି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍