STORYMIRROR

Prasant Nath

Classics

3  

Prasant Nath

Classics

ବାପା

ବାପା

1 min
140


ସେଯେ ଦମ୍ଭ ସ୍ତମ୍ଵ ଏଭେରେଷ୍ଟ ଶୃଙ୍ଗ

  ସଂସାରରେ ସାର ମଙ୍ଗ

ତାଙ୍କ ଧୈର୍ଯ୍ୟ ସୀମା ନାହି ତ କଳନା

  ଗୃହରେ ସେ ମୁଖ୍ୟ ଅଙ୍ଗ। 


ସୁଖରେ ଦୁଃଖରେ ହସରେ ଲୁହରେ

   ଭିଜିଥାଏ ତାଙ୍କ ମୁଖ

ବରଗଛ ପରି ଛାଇ ଦେଇ ସେ ଯେ

   ନିଜେ ସହି ଥାନ୍ତି ଦୁଃଖ। 


ସନ୍ତାନ ଭବିଷ୍ୟ ଗଢିବାର ପାଇଁ

  ମନରେ କରନ୍ତି ପଣ

ହୃଦୟ ତାଙ୍କର ଅତି ସୁକୋମଳ

  ଵାହାର ଦିଶଇ ଟାଣ। 


ନିଗାଡି ଦିଅନ୍ତି ଦେହରୁ ରୁଧିର

  ଝାଳରେ ଵୁହାଇ ସତେ

ତାଙ୍କ ଶ୍ରମ ଦାନେ ସନ୍ତାନ ପଢଇ

   ଶିକ୍ଷା ସମାଜରେ କେତେ। 


ତାଙ୍କରି ପଥରେ ଚାଲୁଥିଲେ ପଥ

   ପଥ ନହୁଡଇ କେହି

ସୁଗମ୍ଯ ପଥରେ କରାନ୍ତି ପଥିକ

   ପୁତ୍ର ଦୁହିତାଙ୍କୁ ସେହି। 


ତାଙ୍କ ନିର୍ଦ୍ଦେଶରେ ଚାଲୁଥିଲେ ପଥ

  ଦୁଃଖ ତ ନ ଆସେ କେଵେ

ଅମାନିଆ ହେଇ ପଥ ଛାଡିଗଲେ

  ଭବିଷ୍ୟତ ହଜେ ତେଵେ। 


ବାପାଙ୍କ ବଚନ ଲାଗେ ପିତା ପରି

  ଜୀବନର ହିତକାରୀ

ସେ ବଚନ ପ୍ରତି ହେଲେ ଯତ୍ନ ବାନ

  ଯିବା ନାହିଁ କେବେ ହାରି। 


ତାଙ୍କ ଉପଦେଶ ଜୀବନ ସଦୃଶ୍ୟ

   ବଞ୍ଚିବାର ମୁଖ୍ୟ ପଥ

ହେୟଜ୍ଞାନ କରି ନ କଲେ ଗ୍ରହଣ

  ଗଡେନି ଜୀବନ ରଥ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics