STORYMIRROR

Prasant Nath

Classics

4  

Prasant Nath

Classics

ଦୁହିତା

ଦୁହିତା

1 min
398

କୋଟି ପୂଣ୍ୟ ବଳେ ଦୁହିତା ଜନମେ

   ବାପା ମାଆଙ୍କର କୋଳେ

ସେ ଘର ସୁନ୍ଦର ହେଇଥାଏ ତେଵେ

   ଦୁହିତା ଯେ ଯତ୍ନେ ପାଳେ। 


ବାପା ମାଆ ପାଇଁ ଲକ୍ଷ୍ମୀ ଠାକୁରାଣୀ

   ପାଳନ୍ତି ସ୍ନେହ ଆଦରେ

ଭାଇ ର ହାତରେ ବାନ୍ଧି ଦେଇ ରାକ୍ଷୀ

   ଦୀର୍ଘାୟୁ କାମନା କରେ। 


ପ୍ରଜାପତି ପରି ଉଡ଼ି ବୁଲୁଥାଏ

  ଘର ଅଗଣାରେ ସେଇ

ଖୋଲା ମନ ନେଇ ନାଚି ଗାଉଥାଏ

   ଅଲୀଅଳି ଝିଅ ହେଇ। 


ପର ଅମାନତ ରଖି କି ପାରିବେ

   ବାପା ଭାଇ ସଵୁ ଦିନ

ପର ହସ୍ତେ ଦେଇ କରିବେ ଗୁହାରି

  ଝିଅର ଵୁଝିବ ମନ। 


ଦୁହିତା ଜନମ ଦୁଇ କୁଳକୁ ସେ

   କରିବାକୁ ଆଲୋକିତା

ବାପଘରେ କନ୍ୟା ଶାଶୂ ଘରେ ଵୋହୂ

  ସ୍ଵାମୀ ପାଇଁ ପତି ବ୍ରତା। 


ଅବଳା ଦୃର୍ଵଳା ଭାଵ ନାହିଁ କେଵେ

    ସାଇତି ରଖିବା ତାକୁ

ଅତି ଦରକାରୀ ସଂସାର ପାଇଁ ସେ

    ନଵ ସୃଷ୍ଟି ଗଢ଼ିବାକୁ। 


ଅତି ନିରି ମାଖୀ ଦୁହିତା ସୁମୁଖୀ

   ଭାଙ୍ଗନି କଅଁଳ ଡେଣା

ଉଡ଼ିବାକୁ ଦିଅ ମନ ମୁତାବକ

   ଶଶୂର ଘର ଅଗଣା।


ତେଵେ ତୁମେ ଜିତି ପାରିବ ଦୁହିତା

    ମନର ସୂତା ଖିଅକୁ

ଜାଳିବ ସଳିତା ତୁମ ପାଇଁ ବସି

   ଦିଶିବ ଦୁଇ କୁଳକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics