ଦୁହିତା
ଦୁହିତା
କୋଟି ପୂଣ୍ୟ ବଳେ ଦୁହିତା ଜନମେ
ବାପା ମାଆଙ୍କର କୋଳେ
ସେ ଘର ସୁନ୍ଦର ହେଇଥାଏ ତେଵେ
ଦୁହିତା ଯେ ଯତ୍ନେ ପାଳେ।
ବାପା ମାଆ ପାଇଁ ଲକ୍ଷ୍ମୀ ଠାକୁରାଣୀ
ପାଳନ୍ତି ସ୍ନେହ ଆଦରେ
ଭାଇ ର ହାତରେ ବାନ୍ଧି ଦେଇ ରାକ୍ଷୀ
ଦୀର୍ଘାୟୁ କାମନା କରେ।
ପ୍ରଜାପତି ପରି ଉଡ଼ି ବୁଲୁଥାଏ
ଘର ଅଗଣାରେ ସେଇ
ଖୋଲା ମନ ନେଇ ନାଚି ଗାଉଥାଏ
ଅଲୀଅଳି ଝିଅ ହେଇ।
ପର ଅମାନତ ରଖି କି ପାରିବେ
ବାପା ଭାଇ ସଵୁ ଦିନ
ପର ହସ୍ତେ ଦେଇ କରିବେ ଗୁହାରି
ଝିଅର ଵୁଝିବ ମନ।
ଦୁହିତା ଜନମ ଦୁଇ କୁଳକୁ ସେ
କରିବାକୁ ଆଲୋକିତା
ବାପଘରେ କନ୍ୟା ଶାଶୂ ଘରେ ଵୋହୂ
ସ୍ଵାମୀ ପାଇଁ ପତି ବ୍ରତା।
ଅବଳା ଦୃର୍ଵଳା ଭାଵ ନାହିଁ କେଵେ
ସାଇତି ରଖିବା ତାକୁ
ଅତି ଦରକାରୀ ସଂସାର ପାଇଁ ସେ
ନଵ ସୃଷ୍ଟି ଗଢ଼ିବାକୁ।
ଅତି ନିରି ମାଖୀ ଦୁହିତା ସୁମୁଖୀ
ଭାଙ୍ଗନି କଅଁଳ ଡେଣା
ଉଡ଼ିବାକୁ ଦିଅ ମନ ମୁତାବକ
ଶଶୂର ଘର ଅଗଣା।
ତେଵେ ତୁମେ ଜିତି ପାରିବ ଦୁହିତା
ମନର ସୂତା ଖିଅକୁ
ଜାଳିବ ସଳିତା ତୁମ ପାଇଁ ବସି
ଦିଶିବ ଦୁଇ କୁଳକୁ।
