STORYMIRROR

Prasant Nath

Classics

3  

Prasant Nath

Classics

ସେଵା ନାମ ଶୂନ୍ୟ

ସେଵା ନାମ ଶୂନ୍ୟ

1 min
124


ଆଜିକାର ସେଵା ଲୋକ ଦେଖାଣିଆ

   ନିଃସ୍ଵାର୍ଥ ଭାବନା ନାହିଁ

ସ୍ଵାର୍ଥ ପାଇଁ ସେଵା କରୁଅଛି ଖାଲି

   ନାମ ମାନପତ୍ର ପାଇଁ। 


ସେଵା ଧର୍ମ ସେହି ଭୁଲିଅଛି ମନେ

   ଅର୍ଥ ଅନ୍ଧେ ମୋହ ହେଇ

ଅସହାୟ କେହି ମାଗିଲେ ସାହାଯ୍ୟ

  ମୁହଁ ମୋଡି ଚାଲି ଯାଇ। 


ମଞ୍ଚ ପରେ ସେହି ଦିଅଇ ଭାଷଣ

  ସେଵା ଧର୍ମ ବାର୍ତ୍ତା କହି

ପ୍ରକୃତ ଜୀବନେ ନଥାଏ ଟି ମନେ

   ସେଵା ପ୍ରତି ଘୃଣା ବୋହି। 


ସେଵା ନାମେ ଏଠି ଖାଲି ପ୍ରତାରଣା

   ମନ ଵୃର୍ତ୍ତି ନାହିଁ ଜମା

ମାଇକି ବଜାଇ ଵାଜଣା ଵସାଇ

   ସେଵାରେ ପଡିଛି କମା। 



ସେଵା ଧର୍ମ ଆଜି ଅଵଶ ଵିଵଶ

  ହେଇ ଅଛି ବାଟ ବଣା

ଗୋଧନ ସେବାକୁ ଭୁଲିଯାଇ ମନେ

   କୁକୁର ସେଵାଟି ଜଣା।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics