STORYMIRROR

DILIP KUMAR SAHOO

Classics

4  

DILIP KUMAR SAHOO

Classics

ଜାଗର

ଜାଗର

2 mins
249

   

  

ସୁନ୍ଦର ସୁନ୍ଦର ସତ୍ୟ ସୁନ୍ଦର

ଶିବ ଶଙ୍କର ହେ ଚନ୍ଦ୍ର ଶେଖର

ଗଳାରେ ଶୋଭଇ ଭୂଜଗ ହାର

ମଥାରେ ମଣ୍ଡିତ ଶୀତଳ ଚନ୍ଦ୍ର

ଭକତ ବତ୍ସଳ ଭୋଳା ଠାକୁର

ପାଦରେ ତୁମର କୋଟି ଜୁହାର ।


ଜାଗର ରାତି ଶୁଭ ଆଳତୀ

ମହକ ବୁଣେ କିଆ କେତକୀ

   ଘିଅ ଲହୁଣୀ ଚୂଆ ଚନ୍ଦନ ।  

ସବୁରି ତୁଣ୍ଡେ ତୁମରି ନାମ

   ନିତ୍ୟ ସୁନ୍ଦର ହେ ସତ୍ୟ କାମ

   ମହିମା ମୟ ବିଶ୍ବ ବନ୍ଦନ।

ତପେ ବର ପ୍ରଭୁ କୋପରେ ବର

ପାଦରେ ତୁମର କୋଟି ଜୁହାର ।


ବଢ଼ି ସକାଳୁ ଭାରି ଗହଳି

ଦେଉଳ ସାରା ପଡ଼େ ଉଛୁଳି

 ନମଃ ଶିବାୟ ନମଃ ଶିବାୟ

ହୁଏ ଭଜନ ହୁଏ କୀର୍ତ୍ତନ

ତୁମରି ନାମ ତୁମରି ଧ୍ୟାନ

 ହେ ଦେବ ଦେବ ଆଲୋକମୟ

ଶମ୍ଭୂ ଶମ୍ଭୂରିଶ ଶୋଭା ସୁନ୍ଦର

ପାଦରେ ତୁମର କୋଟି ଜୁହାର ।


ଭକତେ ତୁମ ବ୍ରତ ପାଳନ୍ତି

ଉପବାସରେ ନାମ ଜପନ୍ତି

 ଦାନ ଧର୍ମରେ ଧ୍ୟାନ ଦିଅନ୍ତି

ରାଜାଧିରାଜ ବେଶ ତୁମର

ଧନ୍ୟ ହୁଅଇ ଏ ଚର୍ମ ନେତ୍ର

 ଦର୍ଶନେ ଭକ୍ତେ ପ୍ରିତ ହୁଅନ୍ତି

ପାଦୁକରେ ତୁମ ଭରେ ଅନ୍ତର

ପାଦରେ ପ୍ରଭୁ ହେ କୋଟି ଜୁହାର ।


ସଞ୍ଜ ନଇଁଲେ ଭକତେ ଆସି

ଦୀପ ଜାଳନ୍ତି ମନ୍ଦିରେ ବସି 

 ଧାଡିକି ଧାଡି ଜଳଇ ଦୀପ

ଚମକୁଥାଏ ଅନ୍ଧାର ରାତି

ତମସା ତୀରେ ମୁକ୍ତି ମାର୍ଗଟି

 ଉଣା ହୁଅଇ ପାପର କୋପ

କରୁଣା କରିଲେ ଶିବ ଶଙ୍କର

ପାଦରେ ପ୍ରଭୁହେ କୋଟି ଜୁହାର ।


ଚାରି ପ୍ରହର ଜାଗର ରାତି

ଉଜାଗରରେ ପାହିଯାଏଟି

  ପ୍ରତି ପ୍ରହର ବିଧି ବିଧାନ

ମହା ସ୍ନାହାନ ନାମ କୀର୍ତ୍ତନ

ମହକେ ଚୁଆ ବାସେ ଚନ୍ଦନ

   ହସଇ ମାଟି ହସେ ପବନ

ଶିବ ପଞ୍ଚାକ୍ଷର ଘୋଷେ ଅନ୍ତର

ଜୟ ଜୟ ଜୟ ଶିବଶଙ୍କର।


ସନ୍ଧ୍ୟା ପ୍ରଥମ ପ୍ରହର ସେତ

ରଜ ଗୁଣର ଅଟେ ସ୍ବରୂପ

 ଲାଗି ହୁଅଇ ଆଳତୀ ଧୂପ

କଞ୍ଚା କ୍ଷୀରରେ ଅଭିଷେକ ତ

ତ୍ରିଶାଖା ବେଲ ପତ୍ର ଶୋଭିତ

  ଧୋଇ ଦିଅଇ ସେ ପାପ ତାପ

ଜପତପ କଲେ ଖୋଲି ଅନ୍ତର

ପାଦରେ ପ୍ରଭୁ ହେ କୋଟି ଜୁହାର ।


ତମଗୁଣର ସ୍ବରୂପ ପରା

ସେତ ଦ୍ବିତୀୟ ପ୍ରହର ତୋରା

 ବ୍ରତଧାରୀ ତ ଥାଆନ୍ତି ଚାହିଁ

ଶିବ ସୁନ୍ଦର ରୂପ ଅଘୋର

ବସା ଦହିରେ ସେ ଉପଚାର

ପ୍ରଭୁଙ୍କ ଅଭିଷେକ ହୁଅଇ

ପ୍ରଭୁ କରିଥାନ୍ତି ଦୂରିତ ଦୂର

ପାଦରେ ପ୍ରଭୁ ହେ କୋଟି ଜୁହାର ।


ବେଳ ଯେବେତ ପ୍ରାୟ ନିଶାର୍ଦ୍ଧ

ସେତ ତୃତୀୟ ପ୍ରହର ସିଦ୍ଧ

ପ୍ରଭୁ ଯେ ବାମଦେବ ସ୍ବରୂପ

ସତ୍ଵ ଗୁଣର ସମୟ ସେହି

ଘୃତରେ ଅଭିଷେକ ହୁଅଇ

ପୁଷ୍ପ ଆଞ୍ଜୁଳି ହୁଏ ଅର୍ପଣ

ଭାବରେ ଭକତ ହୁଏ ବିଭୋର

ପାଦରେ ପ୍ରଭୁ ହେ କୋଟି ଜୁହାର ।


ରାତି ଚତୁର୍ଥ ପ୍ରହରେ ସେତ

ପ୍ରଭୁ ଦିଶନ୍ତି ଉଦାର ଶାନ୍ତ

ମହୁରେ ହୁଏ ଅଭିଷେକ ତ

ଚାରି ପ୍ରହରେ ଚାରି ରୂପରେ

ପ୍ରଭୁଙ୍କ ପୂଜା ସେହି ରାତିରେ

ରାତି ଆସଇ ପାହି ପାହିତ

ମହାଦୀପ ଉଠେ ମନ୍ଦିର ପର

ଜୟ ଜୟ ଜୟ ଶିବଶଙ୍କର।

   

ଅପୂର୍ବ ତୁମ ସେ ମହାଦୀପ

ଦର୍ଶନେ ଦୂର ହୁଅଇ ପାପ

   ମିଳଇ ଶାନ୍ତି ମିଳେ ମୁକତି

ଦେଖିବା ପାଇଁ ବସନ୍ତି ଚାହିଁ

ତୁମରି ନାମ ମନରେ ଧ୍ଯାୟୀ

 ପାର୍ବତୀ ପତି ହେ ମହା ଯତି

ଜୟ ଜୟ ଜୟ ଦୟା ସାଗର।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics