କାହୁଁ ଆସିବ ସେ ଦରଦୀ କବିତା
କାହୁଁ ଆସିବ ସେ ଦରଦୀ କବିତା
କାହୁଁ ଆସିବ ସେ କବିତା
ରେବତୀ ଓ ସାରିଆର କଥା ।
ଯେଉଁଠାରେ ଥିଲେ ଦରଦର କବି,
ଲେଖୁଥିଲେ ସମାଜର ଦୁଃଖ ହୋଇ ଅନୁଭବି ।
ଏବେ ହେଉଅଛି କେତେ ଉତ୍ପାତ,
ବଡ ବଡ ନେତାଂକର ନାରୀ ଅତ୍ୟାଚାରର ବ୍ୟୁତ୍ପାତ ।
ଚା ଵାଲା ନାମକୁ ଧରି ଡ୍ରାମାବାଜୀ କଲେ,
ଭୋଅଟ ମିଳିବ ପୁଂଜିପତି ଠାରୁ ନେଇ ପଇସା ଖରଚ କଲେ ।
ମତାନ୍ଧତା ଧର୍ମାନ୍ଧତା ଜାତିଗତ ବିଭେଦତା ମତରେ,
କାହୁଁ ଆସିବ ପବିତ୍ର ଭାବନା ସେହି ମଣିଷର ଅନ୍ଧତ୍ୱରେ.
ମାନପତ୍ର, ପୁରସ୍କାର ନିଶା ପୁରି ରହିଛି ଯାହାର ମନରେ,
କାହୁଁ ଆସିବ ସେହି ଦରଦୀ ଭାଷା ତାହାର ଲେଖନୀ ଭିତରେ ।
ଯୁଗେ ଯୁଗେ ଥିଲା ତୋଷାମଦକାରୀ ସରକାରର,
କରନ୍ତୁ ଯେତେ ଶୋଷଣ ଅତ୍ୟାଚାର ସାଧାରଣ ଲୋକଙ୍କର ।
ସେହି ଚରିତ୍ର ତ ରହିବେ ସବୁଦିନେ ସାହିତ୍ୟ ସମାଜରେ,
ତେଣୁ କଥା ଭରି ରହିଛି ନବଂଚନ୍ତି କବିତା ବନିତା ଲତା
ବିନା ଆଶ୍ରାରେ ।