କିଏ ପରଖିବ କଥା ଓ କାମର ତଫାତ
କିଏ ପରଖିବ କଥା ଓ କାମର ତଫାତ
ଶିକ୍ଷକ ମାନେ ଏବେ ଶିକ୍ଷା ପାଇଁ ନଲାଗି, ନିଜ
ପାଇଁ ଲାଗି ପଡିଛନ୍ତି,
ଆମ ଓକିଲ ଓ ନ୍ୟାୟର ଅଧୀଶ୍ଵରମାନେ ମଧ୍ୟ
ଦେଖ ତାହା ତ କରନ୍ତି ।
ଚାକିରିଆମାନେ ଦେଶରେ ତାଙ୍କ କାମ କରିବା
ପାଇଁ ଦରମା ପାଉଛନ୍ତି
ସେଥିପାଇଁ ନଲାଗି ପ୍ରାୟ ଗୋଟା ସୁଦ୍ଧା ନିଜର
ପରିବାର ପାଇଁ ଲାଗି ପଡିଛନ୍ତି ।
ଏ ସମୟେ ମନ୍ତ୍ରୀ ହେଉ, କି ନେତା ହେଉ ସେଥିରୁ
ବର୍ତ୍ତିବେ ବା କେମିତି,
ସେମାନେ ବି ଠିକ ଆମରି ଭଳି ମଣିଷ, କରିଥାନ୍ତି
ଆମେ କରୁ ତ ଯେମିତି ।
ପୁଲିସ ରହନ୍ତି, ସମାଜର ଶାନ୍ତି ରକ୍ଷା ପାଇଁ ରହେ
ତ ଏଇ ଭାରତବର୍ଷରେ,
ନଲାଗି ଦେଶ ପାଇଁ ବାଧ୍ୟ ହୁଏ ନିଜକୁ ଚାଲିବାକୁ
ମନ୍ତ୍ରୀ ମାନଙ୍କର ପଛରେ ।
ଧର୍ମ ର ସୃଷ୍ଟି ହୋଇଛି ପରା ପୃଥିବୀର ଜନଗଣ ଙ୍କ
ସର୍ବୋନ୍ନତି ହାସଲ ପାଇଁ
ସେଥିପାଇଁ ନଲାଗି, ନିଜ ପାଇଁ ଲାଗିବାରେ, ଧର୍ମର
ମହତ୍ ରହି ତ ନାହିଁ ।
ମଠ, ମସଜିଦ, ଗୀର୍ଜା ଓ ଦେଉଳ ନିର୍ମାଣରେ ନିଜ
ପାଇଁ ଲାଗି ପଡିଲେ,
ଦେଉଳ ମସଜିଦ କୁ ଯାଇ ଭଗବାନଙ୍କୁ ନିଜ ପାଇଁ
କେବଳ ପ୍ରାର୍ଥନା କଲେ ।
ନିଜର କ୍ଷମତା ଓ ପଦବୀ ମାଗିଲେ, ଧନ ମାଗଣା
କଲେ ଓ ଯଶ ମାଗିଲେ,
ଭଗବାନ ଅବା ଇଶ୍ୱର ତ ଏଠି ପଥର ଓ ନିଲଠା
ହୋଇ ଅନେଇ ରହିଲେ ।
କଳାକାର ମାନେ ନିଜକୁ ଦୁଃସ୍ଥ କହି ଅନ୍ୟାୟୀର
ହେଲେ ତ ହାତ ବାରିସୀ
,
କଳାକୁ ଛାଡିଲେ, ସେମାନେ ହୋଇ ଗଲେ ଏ ଘର
ପିଉସୀ ସେଘର ମାଉସୀ ।
ସଂଗ୍ରାମୀମାନେ ସର୍ବେ ଭାବିଲେ ବ୍ୟର୍ଥ, ଯେଝା ସ୍ୱାର୍ଥ
ହାସଲ ପାଇଁ ଲାଗିଲେ,
କିଛି ମଧ୍ୟ ଯେଝା ନିଶକୁ ଦର୍ପଣକ ଦେଖି, କେବଳ ଧର୍ମ
ଠାର ଓ ଫୁଲେଇ ହେଲେ ।
ତେବେ କୁହ ଦେଶ ପାଇଁ, ମଣିଷ ପାଇଁ କିମ୍ବା ନ୍ୟାୟ
ପାଇଁ କଥା କହିବାକୁ,
ବାକି ରହିଲେନି କେହି ଅନ୍ୟାୟ ଅତ୍ୟାଚାର ଶୋଷଣ
ବିରୁଦ୍ଧେ ଠିଆ ହେବାକୁ ।
ଅଧିକରୁ ଅଧିକ ମଣିଷ କେବଳ ଦେଶପ୍ରେମବିଷୟ
ରେ ତ ଭାଷଣ ଦେଲେ,
ଆଦର୍ଶ ବିଷୟରେ ପିଲାମାନଙ୍କୁ ତ୍ୟାଗର ଉପର ବହୁ
ଉଦବୋଧନ ବି ଦେଲେ ।
ଏଣିକି ମଣିଷ ଚରିତ୍ର ବିଷୟରେ ପ୍ରତିଦିନ ସକାଳୁ ତ
ଅଧିକ କୁହାଗଲା,
ଧର୍ମସଭାର ଧର୍ମକଥାର ଉଦଗାର ଓ ଉତ୍ସାହ ଉଛନ୍ନ
ପଣିଆ ଦେଖାଗଲା ।
ପରଖିଲେ ନାହିଁ କଥା ଓ କାମର ତଫାତ ଶ୍ରୋତା
ମାନେ କେତେବେଳେ,
ମନ ଦେଇ ସେହି ଉଦଗାରଗୁଡିକ ଶୁଣିଲେ ଓ ଭାରି
କୃତ୍ୟକୃତ୍ୟ ହେଲେ ।
ସମୟ ଆସିଲା, ଭରି ଚାଲିଲା ମନରେ ତ ଅନ୍ଧତା,
ମତାନ୍ଧତା ଓ ଉନ୍ମାଦତା,
ଗାଁ ଗାଁ ସହର ସହର ବଢି ଚାଲିଲା କେବଳ ମିଛର
ବୁଲୁଡୋଜର ନ୍ୟାୟିକ ଚିନ୍ତା ।
କିଏ ବା ଶୁଣିବ, ସେଇ ଭାଷଣକାରୀଙ୍କ ଭିତିରି
ମାନବ ବିରୋଧୀ କଥା,
କିଛି ଗଣା ଗଣା ପୁଂଜିପତିଙ୍କ ପିତ୍ତଗ୍ରନ୍ଥି ଭିତରେ
ରହିଥିବା ଶୋଷଣ ଚିନ୍ତା ।