STORYMIRROR

Ghanashyam Jena

Classics

4  

Ghanashyam Jena

Classics

ସୁସ୍ୱାଗତ ପାର୍ବଣ

ସୁସ୍ୱାଗତ ପାର୍ବଣ

1 min
576


ଅଇଲା ପାର୍ବଣ, ମରତ ଭୁବନ

ପିନ୍ଧି ଧବଳ ବସନ,

ସ୍ବାଗତ ଜଣାଏ,ମା'ଧରଣୀରାଣୀ

ହୋଇ ହରଷିତ ମନ।୧।

ସବୁଜ ଧରଣୀ, ବକ୍ଷରେ ପାର୍ବଣ

ଧବଳ ବସନେ ଉଭା,

ଖସି ଆସିଛିକି, ସ୍ୱର୍ଗ ଅପସରୀ

ଅପରୂପ ମନଲୋଭା।୨।

ନଦୀ ସରୋବର, ନିର୍ମଳ ଜଳରେ

କରଇ ପାଦ ଧଉତ,

କାଶତଣ୍ଡି ଫୁଲ, ଢାଳଇ ଚାମର

ମୃଦୁ ସମୀର ସହିତ।୩।

କେଦାର ମାଳାର,ସବୁଜ ଶାଳିନୀ

ଗାଏ ମୃଦୁ ମନ୍ଦ ଗୀତ,

ଶୁଭ ଶରତର, ପବନ ପରଶେ

ଢଳି ଢଳି କରେ ନୃତ୍ୟ।୪।

ବାଳ ଇନ୍ଦୁସମ, ଅଗସ୍ତି କୁସୁମ

ଦିଶଇ ସୁଷମା ଅତି,

ଜୁଇ,ଜାଇ,ମଲ୍ଲୀ, ମାଳତୀ ଟଗର

ପ୍ରକାଶେ ଧବଳ କାନ୍ତି।୫।

ଶରତ ପରଶ ପାଇ ଦଶଦିଶ

ନିର୍ମଳ ନୀଳ ଆକାଶ,

ଧବଳ ବଉଦ, ଖଣ୍ଡ ମାନ ଭାସି 

ସୁନ୍ଦର ପରିପ୍ରକାଶ।୬।

ବିମଳ ଜଳରେ, ଧବଳ ଉତ୍ପଳ

ବକ ବତକର ମେଳ,

ମେଳେ ନୀଳୋତ୍ପଳ, ଫୁଟି ସୁମଞ୍ଜୁଳ

ଆନନ୍ଦ ଭ୍ରମର ଦଳ।୭।

ଦଶଦିଶ ଦିଶେ, ଅତି ନିରିମଳ 

ଶୋଭାରାଜି, ଅନୁପମ।

ଅତି ଉଲ୍ଲାସରେ, ସ୍ବାଗତ ଜଣାଉ

ମାଆଙ୍କ ଶୁଭ ଆଗମ।୮।


Rate this content
Log in

Similar oriya poem from Classics