ସତରେ ଗତି, ଜନମ ହୁଏ ସାର୍ଥକ
ସତରେ ଗତି, ଜନମ ହୁଏ ସାର୍ଥକ
କଞ୍ଚା ମିଛ ଘୋଳିଲେ
ଇତିହାସ ପୃଷ୍ଠାରେ
ବିକଟାଳ ଭାବନା
ହୁଏ ତ ଦାୟାଦ ମନରେ ।
ସତ୍ୟତା ସେଇଠି ବିଜୁଳି ପୋକ
ପରି ହୁଏ ଅସାର
ନିଷ୍ଠୁରତା ଓ କଠୋରତା ସୃଷ୍ଟି
ହୁଏ ହୃଦୟ ଅନ୍ତର୍ଦ୍ଦେଶର ।
ହୁଏ ସେହି ମଣିଷ ମତାନ୍ଧ ସତ୍ୟତା
କୁ ନଜାଣିବାରେ
ତମସା ହଜାଇ ଦିଏ ଦିଗ୍ବଳୟ
ପରି, ଶ୍ଵେତକୁରେ ।
ତମସା ଯେବେ ଶ୍ୱେତପଣ ଉପରେ
ସମ୍ପୂର୍ଣ୍ଣ ମାଡ଼ିଯିବ
ବିଷାକ୍ତଭରା ମଣିଷ କଣ ବା ପାପ
ନକରି ପାରିବ ।
ନିଜ ନିହିତ ସ୍ୱାର୍ଥ, ଦିଏ କ୍ଷଣିକ ସୁଖ
ଜାଣିଛେ ସରବେ
ଦେହ ପାଇଯିବ ପାପୀର ପରିବର୍ତ୍ତନ
ନହୁଏ ସ୍ବଭାବେ ।
ସ୍ନେହ ଶ୍ରଦ୍ଧା ପ୍ରେମ କଥା
ଯେତେ କୁହ ତାହାକୁ
ଯେତେ ସତର ଢୋଲ ବାଜିଲେ
ବି ସେ ନିଏନି କାନକୁ ।
ମତାନ୍ଧତା, ମୁନ ହୋଇ ମନକୁ
ତ ବିନ୍ଧେ ଅନୁକ୍ଷଣ
ବଡ ରନ୍ଧ୍ର କରି ମନକୁ ତତାଏ,
ଦୁଃଖେ ଯାଏ ସାରା ଦିନ ।
ମନରେ ବୁଝିଯା ଆରେ ବାଇମନ
ସତ୍ୟକୁ କର ନିଜର
ମନଟି ଯାହାର କରେ ସତରେ ଗତି
ଜନମ ସାର୍ଥକ, ତାର ।
