Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Abstract Others

4.9  

Bauribandhu Lenka

Abstract Others

ଜୀବନ ଏକ ସଂଘର୍ଷ

ଜୀବନ ଏକ ସଂଘର୍ଷ

1 min
286



ଜନ୍ମଠାରୁ ମୃତ୍ୟୁ  ସଂଘର୍ଷର ଋତୁ

    ନାଆଁଟି ତା'ର ଜୀବନ

ଜୀବନ ଜିଇବା   ପାଇଁକି ଜରୁରୀ

    ସଂଘର୍ଷ ହିଁ ପ୍ରତିକ୍ଷଣ ॥


ଛୋଟ ଠାରୁ ବଡ କେହି ନୁହେଁ ଛାଡ

   ସର୍ବେ ତା ପାଇଁ ସମାନ

କଷ୍ଟ ନକରିଲେ    ମିଳନ୍ତିନି କୃଷ୍ଣ

   ରହିଛି ଏହି ଆଖ୍ୟାନ ॥


ନ କାନ୍ଦିଲେ ଛୁଆ ଆସେ ନାହିଁ ମାଆ

   ପିଆଇବା ପାଇଁ କ୍ଷୀର

କରମ ନକରି   ଭାଗ୍ୟକୁ ନିନ୍ଦିଲେ

    ନାହିଁ କିଛି ପ୍ରତିକାର ॥


ବିନା ସଂଘର୍ଷ ରେ  ମିଳିଯାଏ ଯାହା

    ମାଗଣାରେ ଯାଏ ଗଣା

ମାଗଣାରେ ମଜା ମିଳେ ନାହିଁ କେବେ

    ଏ କଥା ସଭିଙ୍କୁ ଜଣା ॥


ଚାଲି ଚାଲି ଗୋଡ   ଥକିନି ଯାହାର

    ପାଦେ ହୋଇନି ଫୋଟକା

ଲକ୍ଷ୍ୟସ୍ଥଳେ  ପହଞ୍ଚିବ  ସେ କିପରି

    ନଭୁଞ୍ଜି କଷଣ ଧୋକା ॥


ପଶୁ ପକ୍ଷୀ କୀଟ   ପତଙ୍ଗ ପର୍ଯ୍ୟନ୍ତ

     ସରବେ ସଂଘର୍ଷେ ରତ

ବିନା ସଂଘର୍ଷରେ    ସମ୍ଭବ ନୁହଁଇ

     ଚାଲିବା ଜୀବନ ପଥ ॥

      



Rate this content
Log in

Similar oriya poem from Abstract