Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Others

4  

Bauribandhu Lenka

Others

ମିଳେ କଣ ଏଇ ଜୀବନରେ

ମିଳେ କଣ ଏଇ ଜୀବନରେ

1 min
323



ଯେତେ ଦିନ ଚାଲିଛି ଏ ନିଶ୍ୱାସ ପ୍ରଶ୍ୱାସ

କେବେ ମିଳେ ପ୍ରେମ ପୁଣି କେବେ ଅପଯଶ ॥

କେଉଁଠାରେ ହୃଦୟରେ ହୃଦୟ ମିଶିବ

କେଉଁଠି ରହିବ ଆତ୍ମୀୟତାର ଅଭାବ ॥

କେଉଁଠାରେ ଜୀବନରେ ମିଳିବ ପ୍ରଶଂସା

କେଉଁଠି ମିଳିବ ଖାଲି ନିନ୍ଦା ଓ ହତାଶା ॥

କେଉଁଠି ମିଳିବ ଅସରନ୍ତି ଶୁଭକାମନା

କେଉଁଠି ମିଳିବ ଭାବନାରେ ଦୁର୍ଭାବନା ॥

କେଉଁଠାରେ ପର ଲୋକ ଆପଣାର ହେବେ

କେଉଁଠି ଆପଣା ଲୋକ ଗୋଡକୁ ଟାଣିବେ ॥

କେଉଁଠାରେ ଖୁସାମଦୀଆର ଖୁସାମଦ

କେଉଁଠି ପଛରେ ଗାଳି ଆଉ ଅପବାଦ ॥

କର୍ମପଥେ ଚାଲୁଥା ତୁ ସତ୍ୟ ଅନୁସରି

ଅବଶ୍ୟ ମିଳିବ ଫଳ ତୋ ମନ ଯେପରି ॥

ସ୍ୱଭାବରେ ରଖିଥା ତୁ ଶୁଦ୍ଧତା ର ସ୍ପର୍ଶ

ନିଶ୍ଚୟ ଲଭିବୁ ମନେ ତୃପ୍ତି ଓ ସନ୍ତୋଷ ॥

        


Rate this content
Log in