STORYMIRROR

Bauribandhu Lenka

Others

4  

Bauribandhu Lenka

Others

ଅନ୍ତହୀନ ଶୂନ୍ୟତା ==========*

ଅନ୍ତହୀନ ଶୂନ୍ୟତା ==========*

1 min
4


ନାହିଁ ଆଉ ନିରବତା
ରାତ୍ରିର ସେ ନିର୍ଜନ ପ୍ରହରେ
ଉଲ୍କା ସମ କ୍ଷେପଣାସ୍ତ୍ରମାନେ
ବିଚ୍ଛୁରିତ ସାରା ଆକାଶରେ ॥
                  ବୋମାମାନଙ୍କର କାନଫଟା
                  ଶବ୍ଦେ ହୁଏ ହୃଦୟ ସ୍ପନ୍ଦନ
                  ନାହିଁ ହସ ଖୁସି କୋଳାହଳ,
                  ସହରଟା ହୋଇଛି ଶ୍ମସାନ ॥
କଅଁଳା ଶିଶୁ ,ଶଯ୍ୟାଶାୟୀ
ବୃଦ୍ଧ ଆଉ ବୃଦ୍ଧାଙ୍କ ପର୍ଯ୍ୟନ୍ତ
ସମସ୍ତଙ୍କ ଆର୍ତ୍ତ ଚିତ୍କାରରେ
ଗଗନ ପବନ ମୁଖରିତ॥
                  ନୁହେଁ କି ସେ ମଣଷର ରକ୍ତ ?
                  ଗାଢ ଲାଲ ରଙ୍ଗ ମନେ କରି
                  ଖେଳୁଅଛ ହୋଲି ତୁମେମାନେ
                  ଆଧୁନୀକ ଅସ୍ତ୍ର ଶସ୍ତ୍ର ଧରି ॥
ମଣିଷ ତ କରିନାହିଁ ଏହି
ମଧୁମୟ ସୃଷ୍ଟିର ସୃଜନ
କେଉଁ ଅଧିକାର ବଳେ କରେ
ବାରମ୍ବାର ତା ବକ୍ଷ ବିଦୀର୍ଣ୍ଣ ॥
                  କେଉଁ ଧର୍ମ ମଣିଷ ରକ୍ତରେ
                  ଶିକ୍ଷାଦିଏ ଖେଳିବାକୁ ହୋଲି
                  ଲକ୍ଷ୍ୟ କି ଏ ପୃଥିବୀର ଧ୍ୱଂସ
                 ଏ ମାନବ ସଭ୍ୟତାକୁ ଭୁଲି ॥
ଧ୍ୱଂସକାରୀ ବିଜ୍ଞାନର ବଳେ
ପୃଥିବୀର ଭୌଗଳିକ ସ୍ଥିତି
ଯଦି କେବେ ହୁଏ ଆନ୍ଦୋଳିତ
ହୋଇବ ଏ ସଭ୍ୟତାର ଇତି ॥
                  ଏକ ପୃଥ୍ୱୀ ଏକ ପରିବାର
                  ଏକ ଅଟେ ଆମ ଭବିଷ୍ୟତ
                  ଏହା କଣ ପ୍ରହେଳିକା ମାତ୍ର
                   କେବେ କଣ ହୋଇବନି ସତ ?
ବୋଧ ହୁଏ ଆମେ ସବୁ ଆଜି
ବଡ ଏକ ବିସ୍ଫୋରଣ ପରେ
ଅନ୍ତହୀନ ଶୂନ୍ୟତାର ଦୃଶ୍ୟ
ଦେଖିବାକୁ ଅଛୁ ଅପେକ୍ଷାରେ ॥
***********
ବାଉରିବନ୍ଧୁ ଲେଙ୍କା
ଦି ପର୍ଲ ରେସିଡେନ୍ସି
ଦୁର୍ଗାମାଧବ ନଗର
ଭୁବନେଶ୍ୱର , ୯୮୫୩୫୩୫୮୪୪


Rate this content
Log in