STORYMIRROR

Bauribandhu Lenka

Others

4  

Bauribandhu Lenka

Others

ଶରତ ଆସିଛି ମରତେ ଆଜି ================

ଶରତ ଆସିଛି ମରତେ ଆଜି ================

1 min
1


ଧବଳ କାଶ ବାସ
ପିନ୍ଧି ଶରତ ମାସ
ମରତ ଭୂମେ ଉପଗତ
ନିର୍ମଳ ଦିଶେ ନଭ
ବରଷେ ନାହିଁ ମେଘ
ପ୍ରକୃତିରାଣୀ ସୁସଜ୍ଜିତ ।।

ଯିବା ଆସିବା ପାଇଁ
ପାଣି କାଦୁଅ ନାହିଁ
ଶୁଖିଲା ଦିଶେ ବାଟଘାଟ
 ଉଡି ଯାଇଛି ମେଘ
ସ୍ବଚ୍ଛ ଦିଶଇ ଦିଗ
ନାହିଁ ବରଷା ଦିନ କଷ୍ଟ ।।

ହଂସ ମାନଙ୍କ ପଂକ୍ତି
ଜଳେ କ୍ରୀଡ଼ା କରନ୍ତି
ଖେଳନ୍ତି ମେଳି ହୋଇ ମୀନ
କରିବାକୁ ଶୀକାର
ବସିଛି ହୋଇ ସ୍ଥିର  
ବକ ଲଗାଇ ମନ ଧ୍ୟାନ ।।

ଫୁଟିଲେଣି କମଳ
କୁମୁଦ ଧଳା ନୀଳ 
ସରସୀ ଦିଶେ କି ସୁନ୍ଦର
ମଧୁ ପିଇବା ଆଶେ
ଉଡନ୍ତି ତାଙ୍କ ପାଶେ
ମଧୁର ଗୁଞ୍ଜନେ ଭ୍ରମର ।।

ରାତ୍ରେ ଗଙ୍ଗଶିଉଳି
ଫୁଟି ଉପବନ ସ୍ଥଳୀ
ମହକାଇଲାଣି ସୁବାସ
ଫୁଟି ଫୁଲ ନାନା ଜାତି
ମନ ମୋହି ନିଅନ୍ତି
ପ୍ରକୃତିର ଏ ରତି ବେଶ ।।

ସ୍ବାଗତ ହେ ଶରତ
କରଇ ଏ ମରତ    
ଆସୁଥାଅ ପ୍ରତି ବରଷ
ସବୁରି ମନେ ଖୁସି
ଦେଇଯାଅ ପରଶି       
ଏଇ ଆମର ଅଭିଳାଷ ।।     
             
 ******


Rate this content
Log in