STORYMIRROR

Purnimarani Sahoo

Abstract Others

3  

Purnimarani Sahoo

Abstract Others

ଜହ୍ନ

ଜହ୍ନ

1 min
275

ଯଦି ମୁଁ ଦିନେ ହଜିଯାଏ

ଏହି କୁନି କୁନି ତାରାମାନଙ୍କ ଗହଣରେ

ରାତିର ନିସ୍ତବ୍ଧ ପ୍ରହରୀରେ

ଖୋଜିବନି ମତେ,

ଥିବି ମୁଁ ସଦା ତୁମରି ସାଥେ

ତୁମ ସାଥେ ଚାଲୁଥିବି

ତୁମେ ରହିଗଲେ ମୁଁ ରହିଯିବି

ହଜିଗଲେ ତୁମକୁ ଖୋଜି ମୁଁ ଆଣିବି

ସନ୍ଧ୍ୟା ନଇଁଗଲେ ତୁମ ଅଗଣାରେ

ତୁମକୁ ଚାହିଁ ରହିଥିବି,

ଈଶ୍ବରଙ୍କ ପାଖେ ଏତିକି ମିନତୀ

ନ ଆସୁ କେବେ ଅମାବାସ୍ୟା ରାତି

ଅନ୍ଧକାର ଯେବେ ଆସିବ ଘୋଟି

ଚାହିଁଲେ ବି ତୁମେ ପାଇବନି ମତେ ଖୋଜି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract