STORYMIRROR

Purnimarani Sahoo

Others

3  

Purnimarani Sahoo

Others

ନୀଳ ଜହ୍ନ ଓ ଲାଲ୍ କଇଁ

ନୀଳ ଜହ୍ନ ଓ ଲାଲ୍ କଇଁ

1 min
264

ନିରୀମାଖୀ ଫୁଲେଇ ଲୋହିତ କଇଁ

ଶୃଙ୍ଗାର ହେଇ ରହିଛି ଚାହିଁ

ନୀଳ ରଙ୍ଗେ ରଙ୍ଗେଇ ହେଇ

ନୀଳ ଜହ୍ନ ଆସିବା ପାଇଁ।

ରାତି ରାତି ଚାହିଁ ରହୁଛି

ସତେକି ଦିନରେ ପୂର୍ଣ୍ଣଛେଦ ଲାଗିଛି।

ମନମାନୀ ତାର କିଏ ବୁଝିବ,

ଝାଉଁଳା ମୁହଁରେ କିଏ ହସ ଫୁଟାଇବ?

ଜହ୍ନ ବିନା କି ସେ ବଞ୍ଚି ପାରିବ?

ଆଶା ଅସୁମାରୀ,

ସପନ ରାଇଜ ରାଜକୁମାରୀ,

ଅଧର ନାଲିକୁ ସବୁଜ ପାଟ ମଖମଲ୍ଲୀ

ଏତେ ରଙ୍ଗ ପରା ତାର ଜହ୍ନ ପାଇଁ ଖାଲି।

ଚଳ ଚଞ୍ଚଳ ତନ ମନ

ବୁଡାମାରେ ଯେବେ ଭାବନା ସାଗରେ

ଭିଜିଯାଏ ଗୋଟାପଣ।

କେବେ ନାଚିଉଠେ ପୁଣି

ଜହ୍ନର ପ୍ରିତି ମୂର୍ଚ୍ଛନାରେ,

ନିଃସ୍ତବ୍ଧ ରାତ୍ରର ଶୀତଳ ସ୍ପର୍ଶରେ,

ଲାଜେ ଝାଉଁଳି ଯାଏ ମନ,

ଯେବେ ଆସେ ପୂର୍ଣ୍ଣିମାର ଦିନ,

ରାତ୍ରର ଅକ୍ଷୁର୍ଣ୍ଣ ଜହ୍ନ,

ନୀଳଜହ୍ନ ଆଉ ଲାଲ୍ କଇଁର

ହୁଏ ମହାମିଳନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍